ମନ୍ତ୍ରୀ ପ୍ରତାପ ଦେବଙ୍କୁ ବଦନାମ କରିବା େଓ୍ଵବ ଚ୍ୟାନେଲକୁ ପଡିଲା ମହଙ୍ଗା, ସମ୍ପାଦକଙ୍କୁ ୭ଦିନ ଭିତରେ କ୍ଷମା ମାଗିବା ପାଇଁ ନୋଟିସ

ଭୁବନେଶ୍ୱର (କେନ୍ୟୁଜ): ମନ୍ତ୍ରୀ ପ୍ରତାପ ଦେବଙ୍କୁ ବଦନାମ କରିବା ପାଇଁ ଅସତ୍ୟ ଓ ଉଦ୍ଦେଶ୍ୟ ପ୍ରଶୋଦିତ ଖବର ପ୍ରସାରଣ କରିଥିବା ଏକ େଓ୍ଵବ ଚ୍ୟାନେଲକୁ ମହଙ୍ଗା ପଡିଛି। େଓ୍ଵବ ଚ୍ୟାନେଲର ସମ୍ପାଦକଙ୍କୁ ୭ଦିନ ଭିତରେ ନିସର୍ତ୍ତ କ୍ଷମା ମାଗି ସ୍ପଷ୍ଟୀକରଣ ଦେବାକୁ ମନ୍ତ୍ରୀଙ୍କ ଓକିଲ ନୋଟିସ୍‌ ପଠାଇଛନ୍ତି। ଗତ ଅକ୍ଟେବାର ୧୨ରେ ଅର୍ଚ୍ଚନା ନାଗଙ୍କ ଫଟୋ ସହ ମନ୍ତ୍ରୀଙ୍କ ଫଟୋ ଲଗାଇ ଏକ କଦର୍ଥ ଖବର ପ୍ରସାରଣ କରିଥିଲା େଓ୍ଵବ ଚ୍ୟାନେଲ ।

ଖବରର ସତ୍ୟାସତ୍ୟ ଅନୁସନ୍ଧାନ ନକରି ମନ୍ତ୍ରୀଙ୍କୁ ଲୋକଲୋଚନରେ ବଦନାମ କରିବା ପାଇଁ ଖବର ପ୍ରସାରଣ କରାଯାଇଛି। ଏହା ଆଇନ ବିରୋଧ । ଇଣ୍ଡିଆନ ଏକ୍ସପ୍ରେସ୍‌ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟର ବିରୁଦ୍ଧାଚରଣ କରୁଛି। ଏହାସହ ପ୍ରେସ୍‌ କାଉନସିଲ ଅଫ୍‌ ଇଣ୍ଡିଆ ଆଇନ ଧାରା ୭୮ ଓ ଅଧିନିୟମ ୭୯ ଅନୁଯାୟୀ ସମ୍ପୃକ୍ତ େଓ୍ଵବ ଚ୍ୟାନେଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଆଗାମୀ ୭ଦିନ ମଧ୍ୟରେ କ୍ଷମା ପ୍ରାର୍ଥନା ନକଲେ କୋର୍ଟ ଓ ପ୍ରେସ କାଉନସିଲ ଇଣ୍ଡିଆରେ ମାମଲା ଦାୟର କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରାଯିବ ବୋଲି ମନ୍ତ୍ରୀଙ୍କ ଓକିଲ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.