କାଶୀପୁରରେ ଭିବ୍ରିଓ କଲେରା ଚିହ୍ନଟ ପରେ ତତ୍ପର ସ୍ୱାସ୍ଥ୍ୟ ବିଭାଗ: ସ୍ଥିତି ନିୟନ୍ତ୍ରଣ ପାଇଁ ମେଡିକାଲ ଟିମ୍ ନିୟୋଜିତ

ରାୟଗଡ଼ା (କେନ୍ୟୁଜ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ହଇଜା ରୋକିବାକୁ ପ୍ରଶାସନର ତତ୍ପରତା । ଭୁବନେଶ୍ୱରରୁ ଏକ ଟିମ୍‌ ଯାଇ କିଭଳି ହଇଜା ନବ୍ୟାପିବ ସେଦିଗରେ କାର୍ଯ୍ୟ କରୁଛନ୍ତି । ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉଛି । ବନ୍ଦ କରାଯାଇଛି ଦୂଷିତ ପାଇଁ ପିଇବା । ନାଳ ପାଣି ବ୍ୟବହାର ନକରିବାକୁ କଡା ନିର୍ଦ୍ଦେଶ ଦେଇଛି ଜିଲ୍ଲାପ୍ରଶାସନ । ହଇଜା ନେଇ ଲୋକଙ୍କୁ ସଚେତନ କରାଯାଉଛି । ସଂକ୍ରମିତଙ୍କ ଚିକିତ୍ସା ପାଇଁ ଉତ୍କଳ ଆଲୁମିନା ହସ୍ପିଟାଲରେ ୫୦ଟି ବେଡ୍‌ର ସ୍ୱତନ୍ତ୍ର ଡାଇରିଆ ଓ୍ଵାର୍ଡ ଖୋଲାଯାଇଛି । ବିଶୁଦ୍ଧ ଖାଦ୍ୟ ପାନୀୟ ସହ ହାତ ଧୋଇବା ଓ ପରିମଳ ଦ୍ୱାରା ଏହାକୁ ରୋକାଯାଇପାରିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

କାଶୀପୁରରେ ହଇଜା ବ୍ୟାପିଥିବା ଆରଏମ୍‌ଆରସିକୁ ପଠାଯାଇଥିବା ନମୁନାରୁ ସ୍ପଷ୍ଟ ହୋଇଥିଲା । ନମୁନା ପରୀକ୍ଷାରୁ କଲେରା କରାଉଥିବା ଭିବ୍ରିଓ କଲେରା ବ୍ୟାକ୍ଟେରିଆ ମିଳିଛି । ରୋଗୀଙ୍କ ରେକ୍ଟାଲ ସ୍ୱାବରୁ ମଧ୍ୟ କଲେରା ବ୍ୟାକ୍ଟେରିଆ ମିଳିଛି । ମୋଟ ୧୪ଟି ରେକ୍ଟାଲ ସ୍ୱାବ ଓ ବିଭିନ୍ନ ଜାଗାରୁ ୭ରୁ୮ଟି ଜଳ ଉତ୍ସରୁ ପାଣିର ନମୁନା ନିଆଯାଇଥିଲା । ୩ଟି ପାଣି ନମୁନା ଓ ୭ଟି ରେକ୍ଟାଲ ସ୍ୱାବ ନମୁନାରୁ କଲେରା ବ୍ୟାକ୍ଟେରିଆ ମିଳିଛି । ଦୂଷିତ ପାଣିରୁ ବ୍ୟାପିଛି ହଇଜା । କାଶୀପୁରରେ ଏପର୍ଯ୍ୟନ୍ତ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୬ଜଣ ଆକ୍ରାନ୍ତ ହୋଇଛନ୍ତି । ଲୋକଙ୍କ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲପଲାଇନ ନମ୍ବର ୯୪୩୭୪୪୮୪୪୭ ଜାରି ହୋଇଛି । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ହଇଜା ରୋକିବାକୁ ପ୍ରଶାସନର ତତ୍ପରତା । ଭୁବନେଶ୍ୱରରୁ ଏକ ଟିମ୍‌ ଯାଇ କିଭଳି ହଇଜା ନବ୍ୟାପିବ ସେଦିଗରେ କାର୍ଯ୍ୟ କରୁଛନ୍ତି । ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉଛି । ବନ୍ଦ କରାଯାଇଛି ଦୂଷିତ ପାଇଁ ପିଇବା । ନାଳ ପାଣି ବ୍ୟବହାର ନକରିବାକୁ କଡା ନିର୍ଦ୍ଦେଶ ଦେଇଛି ଜିଲ୍ଲାପ୍ରଶାସନ । ହଇଜା ନେଇ ଲୋକଙ୍କୁ ସଚେତନ କରାଯାଉଛି । ସଂକ୍ରମିତଙ୍କ ଚିକିତ୍ସା ପାଇଁ ଉତ୍କଳ ଆଲୁମିନା ହସ୍ପିଟାଲରେ ୫୦ଟି ବେଡ୍‌ର ସ୍ୱତନ୍ତ୍ର ଡାଇରିଆ ଓ୍ଵାର୍ଡ ଖୋଲାଯାଇଛି ।

ବିଶୁଦ୍ଧ ଖାଦ୍ୟ ପାନୀୟ ସହ ହାତ ଧୋଇବା ଓ ପରିମଳ ଦ୍ୱାରା ଏହାକୁ ରୋକାଯାଇପାରିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । କାଶୀପୁରରେ ହଇଜା ବ୍ୟାପିଥିବା ଆରଏମ୍‌ଆରସିକୁ ପଠାଯାଇଥିବା ନମୁନାରୁ ସ୍ପଷ୍ଟ ହୋଇଥିଲା । ନମୁନା ପରୀକ୍ଷାରୁ କଲେରା କରାଉଥିବା ଭିବ୍ରିଓ କଲେରା ବ୍ୟାକ୍ଟେରିଆ ମିଳିଛି । ରୋଗୀଙ୍କ ରେକ୍ଟାଲ ସ୍ୱାବରୁ ମଧ୍ୟ କଲେରା ବ୍ୟାକ୍ଟେରିଆ ମିଳିଛି । ମୋଟ ୧୪ଟି ରେକ୍ଟାଲ ସ୍ୱାବ ଓ ବିଭିନ୍ନ ଜାଗାରୁ ୭ରୁ୮ଟି ଜଳ ଉତ୍ସରୁ ପାଣିର ନମୁନା ନିଆଯାଇଥିଲା । ୩ଟି ପାଣି ନମୁନା ଓ ୭ଟି ରେକ୍ଟାଲ ସ୍ୱାବ ନମୁନାରୁ କଲେରା ବ୍ୟାକ୍ଟେରିଆ ମିଳିଛି । ଦୂଷିତ ପାଣିରୁ ବ୍ୟାପିଛି ହଇଜା । କାଶୀପୁରରେ ଏପର୍ଯ୍ୟନ୍ତ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୬ଜଣ ଆକ୍ରାନ୍ତ ହୋଇଛନ୍ତି । ଲୋକଙ୍କ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲପଲାଇନ ନମ୍ବର ୯୪୩୭୪୪୮୪୪୭ ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.