ବୈକୁଣ୍ଠ ଧାମ ଆଶ୍ରମ ଭାଙ୍ଗିବା ପୂର୍ବରୁ ଅଭାବନୀୟ ଦୃଶ୍ୟ, କାନ୍ଦି କାନ୍ଦି ଗଡିଗଲେ ଭକ୍ତ

ଭୁବନେଶ୍ୱର : ଲୋକଙ୍କ ଗହଳି  ଭିତରେ କାନ୍ଦୁଛନ୍ତି  ଭକ୍ତ ଜଣଙ୍କ । ମ୍ରିୟମାଣ ହୋଇ ପଡୁଛନ୍ତି ଦୁଃଖରେ । ହାତ ଯୋଡି ଭୋ ଭୋ ହୋଇ ତଳେ ଗଡିଯାଉଛନ୍ତି । କହୁଛନ୍ତି ମହାପ୍ରଭୁ ଯଦି କିଛି ଭୁଲ୍ ହେଇଛି କ୍ଷମା କର । ଏଇ ଭକ୍ତଙ୍କ ବିଶ୍ୱାସ ଆଗରେ ସମସ୍ତେ ନିସ୍ତବ୍ଧ । କଣ ଭୁଲ୍ କଣ ଠିକ୍ କଣ ସତ କଣ ମିଛ ଏ ସମସ୍ତ ପ୍ରଶ୍ନର ଉତ୍ତର କଣ ତାହା ତ ପଛ କଥା , କିନ୍ତୁ ଥରେ ଭାବିଲେ ଏ ଭକ୍ତର ଭାବନାକୁ । ତାଙ୍କର ସତ ମିଛ କଣ ଏକଥାରେ କିଛି ଯାଏ ଆସେ ନାହିଁ । ସେ କିନ୍ତୁ ଯାହାକୁ ମନ ପ୍ରାଣ ଦେଇ ବିଶ୍ୱାସ କରିଥିଲେ ତାଙ୍କୁ ହିଁ ଭଗବାନ ଭାବୁଥିଲେ । ସମୟ ବଦଳିଯାଇଛି ସତ ସେ କିନ୍ତୁ ନିଜ ବିଶ୍ୱାସକୁ ଭାଙ୍ଗିବାକୁ ନାରାଜ ।

ଧର୍ମ ନାଁରେ ଠକୁଥିବା ବାବାଙ୍କୁ ସେ ମହାପ୍ରଭୁ ବୋଲି ସମ୍ବୋଧନ କରୁଛନ୍ତି । ସବୁ ସତ ଜାଣିକି ବି ସେ ସତକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି । ସେ ବିଶ୍ୱାସ କରିପାରୁନାହାନ୍ତି ଯାହାକୁ ସେ ଭଗବାନର ଆକ୍ଷା ଦେଇଥିଲେ ସେ ଏବେ ଆତ୍ମଘୋଷିତ । ତଥାପି ଏ ଭକ୍ତ କାନ୍ଦି କାନ୍ଦି ବେଦମ୍ । ଯେତେ ବୁଝାଇଲେ ବି ବୁଝିବାକୁ ନାରାଜ । ତେବେ ଏ ଦୃଶ୍ୟ ଦେଖି ଅନେକ ଲୋକ ଅନେକ ମତ ଦେବେ କିନ୍ତୁ କଥାରେ ଅଛି ବିଶ୍ୱାସ ମୂଳେ ସର୍ବସିଦ୍ଧି । ଅର୍ଥାତ ଯେଉଁଠି ବିଶ୍ୱାସ ରହିଛି ସେଠି ସବୁକିଛି ସମ୍ଭବ । ତେବେ ଯେତେବେଳ ଯାଏ ଏ ବ୍ୟକ୍ତି ଜଣକ ସତ କଣ ନିଜେ ନ ବୁଝିବେ ତାଙ୍କୁ କିଏ ବା ବୁଝାଇ ପାରିବ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ବୈକୁଣ୍ଠ ଧାମ ଆଶ୍ରମର ଗେଟ୍ ବାହାରେ।

ତେବେ ଆଜି ମାଟିରେ ମିଶୁଛି ବୈକୁଣ୍ଠ ଧାମ ଆଶ୍ରମ । ବୈକୁଣ୍ଠ ଧାମ ଆଶ୍ରମରେ ଆଉ ଚାଲିବନାହିଁ ଆତ୍ମଘୋଷିତ ବାବା କାଶୀନାଥଙ୍କ ଦରବାର । ଧର୍ମ ନାଁରେ ଆଉ ଠକିପାରିବେ ନାହିଁ ବାବା କାଶୀନାଥ । ବେଆଇନ ଭାବେ ସରକାରୀ ଜମି ଉପରେ ଏବେ ବୁଲଡୋଜର । ମାଟିରେ ମିଶିବ ବୈକୁଣ୍ଠ ଧାମ ଆଶ୍ରମ । ବହୁ ବାଦ ବିବାଦ ପରେ ବାବା କାଶୀନାଥଙ୍କ ଆଶ୍ରମକୁ ଭାଙ୍ଗିବାକୁ ଯୋଜନା କରିଥିଲା ବିଡିଏ । ଦିନ ୧୨ଟା ସୁଦ୍ଧା ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମ ଖାଲି କରିବାକୁ ବିଡିଏ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଥିଲା ଯାହା ପରେ ବର୍ତ୍ତମାନ ଚାଲିଛି ପ୍ରକ୍ରିୟା ।

You might also like