ଏଠି ଅଧିକାଂଶ ଲୋକଙ୍କୁ ଲାଗେ କାଳିଶି ହେଲେ ଅଭିର ଓ ତୁଳସୀ ପକାଇଲେ ଛାଡିଯାଏ

ମାହାଙ୍ଗା (କେନ୍ୟୁଜ): କଟକ ଜିଲ୍ଲା ମାହାଙ୍ଗା ରେ ଶ୍ରୀ ଶ୍ରୀ ବିନୋଦ ବିହାରୀ ଯେତେବେଳେ ଦୋଳ ପୂର୍ଣ୍ଣିମା ଅବସରରେ ସୁସଜ୍ଜିତ ବିମାନରେ ବସାଇ ଗ୍ରାମ ପରିକ୍ରମା କରି ଭୋଗ ଲାଗି କରାଯାଇଥାଏ । ନାମ ସଙ୍କୀର୍ତ୍ତନ ସହ ପଟୁଆରରେ ଶ୍ରୀ ଶ୍ରୀ ବିନୋଦ ବିହାରୀ ଙ୍କୁ କାନ୍ଧେଇ ନେଇଥାନ୍ତି ଭକ୍ତ ମାନେ।ଠିକ ସେହି ସମୟରେ ଜସୁଆ ପୁର ଗ୍ରାମରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ଭକ୍ତ ଙ୍କ ଦେହରେ କାଳିଶି ଲାଗିଥାଏ ବୋଲି ଅଞ୍ଚଳବାସୀ କୁହନ୍ତି ।
ଏପରିକି କାଳିଶି ଯାହା ଦେହରେ ଲାଗେ ସେମାନେ ଦୁଇ ଦିନ ଧରି ଉପବାସ ରହିବା ସହ କେବଳ ପଣା ପିଇ ରହିଥାନ୍ତି । ତେବେ ବିନୋଦ ବିହାରୀ ଯେତେବଳେ ଜସୂଆ ପୁର ଗ୍ରାମରେ ପହଂଚି ଯାଆନ୍ତି ସେହି ସମୟରେ ୧୦୦ ରୁ ଉର୍ଦ୍ଧ ଭକ୍ତଙ୍କ ଦେହରେ ଉପସ୍ଥିତ ଥିବା ଭକ୍ତ ମାନେ ହରିବୋଲ ହୁଳହୁଳି ରେ ପ୍ରକମ୍ପିତ କରିଥାନ୍ତି ଠିକ ସେହି ସମୟରେ କାଳିଶି ପ୍ରବେଶ କରନ୍ତି ନିଷ୍ଠାରେ ଥିବା ଭକ୍ତମାନଙ୍କ ଦେହରେ ପ୍ରାୟ ୧ ଘଣ୍ଟା ରୁ ଉର୍ଦ୍ଧ ସମୟ ରହିଲା ପରେ ବିନୋଦ ବିହାରୀ ଙ୍କ ଅଭିର ଓ ତୁଳସୀ କାଳିଶି ମାନଙ୍କ ଉପରେ ପକାଇଲେ ତାହା ଛାଡିଯାଏ ବୋଲି ଗ୍ରାମବାସୀ କୁହନ୍ତି । ତେବେ ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ ଭକ୍ତ ମାନେ ଏକାଠି ହୋଇଥାନ୍ତି । ବାହା ହୋଇଥିବା ଝିଅ ମାନେ ମଧ୍ୟ ଏହି ଦୋଳ ପୂର୍ଣ୍ଣିମା ସମୟରେ ଆସିଥାନ୍ତି ନିଜ ଘରକୁ ।