ମା’ ମମତାର ଆଉ ଏକ ନିଦର୍ଶନ, ନିଜ ଛୁଆର ଅନ୍ତିମ ସତ୍କାର କଲା ମାଆ କୁକୁର

ଭଦ୍ରକ (କେନ୍ୟୁଜ): ମା’ ମମତାର ଆଉ ଏକ ନିଦର୍ଶନ । ପଶୁ ହେଲେ ବି ତାର ପିଲାକୁ ବଞ୍ଚାଇବାକୁ ମା କରିଛି ଆପ୍ରାଣ ଉଦ୍ୟମ । ଭଦ୍ରକ ଟାଉନ୍‌ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଦୃଶ୍ୟ । ଏକ ଶଂଖ ପାଇପ ଭିତରେ କୁକୁର ଛୁଆ ଫସି ଯାଇଥିବା ବେଳେ ମା କୁକୁର କିଛି ଉପାୟ ନପାଇ ନିଜ ଛୁଆକୁ ଉଦ୍ଧାର କରିବା ପାଇଁ ଚିତ୍କାର କରୁଛି । ଏହାକୁ ଦେଖି ଭଦ୍ରକ ପୋଲିସ ଓ ମ୍ୟୁନିସିପାଲିଟି କର୍ମଚାରୀଙ୍କ ସହାୟତାରେ ଦୀର୍ଘ ସମୟ ପରେ ଛୁଆ କୁକୁରକୁ ମା କୁକୁର ଉଦ୍ଧାର କରିଥିଲେ ବି ଛୁଆ କୁକୁରର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ ଭଦ୍ରକ ଟାଉନ ଥାନା ନିକଟ ଏକ ଡ୍ରେନ ଭିତରେ ଥିବା ହୋମ ପାଇପ ଭିତରେ କୁକୁର ନିଜ ଛୁଆମାନଙ୍କୁ ନେଇ ରହୁଥିଲା। ହେଲେ ଗତକାଲି ରାତିରେ ପ୍ରବଳ ବର୍ଷା ହେବା ଫଳରେ ସେହି ହୋମ ପାଇପ ଭିତରେ ବର୍ଷା ପାଣି ପଶି ଯାଇଥିଲା। ଫଳରେ ଛୁଆ କୁକୁରଟି ଦୀର୍ଘ ସମୟ ଧରି ଫସି ରହିଥିଲା। ମାଆ କୁକୁର ନିଜ ଛୁଆକୁ ଉଦ୍ଧାର କରିବା ପାଇଁ ଚିତ୍କାର କରୁଥିବା ବେଳେ ଭଦ୍ରକ ପୋଲିସ ଓ ମୁନସିପାଲିଟି କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ବି ସଫଳ ହୋଇପାରି ନଥିଲେ। ଶେଷରେ କୁକୁର ନିଜେ ପାଇପ ଭିତରୁ ବାହାର କରିଥିଲା। ପରେ ବିକଳ ହେଉଥିବା ମାଆ କୁକୁରଟି ହୋମ ପାଇପ ଭିତକୁ ପଶି ନିଜ ଛୁଆକୁ ଉଦ୍ଧାର କରିଥିବା ବେଳେ ସେତେବେଳେ ଛୁଆ କୁକୁରଟିର ମୃତ୍ୟୁ ହୋଇ ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.