ରାଜରାସ୍ତାକୁ ଓହ୍ଲାଇଛି ଅଲ ଓଡିଶା CRP ସଂଘ । ସ୍ଥାୟୀ ନିଯୁକ୍ତି, ଆକାଉଣ୍ଟ ଜରିଆରେ ଦରମା ପ୍ରଦାନ, ସର୍ବନିମ୍ନ ଦରମା ୧୫ ହଜାର ଟଙ୍କା, ପରିଚୟ ପତ୍ର ସହ, VRF ଦେବାକୁ ଦାବି କରିଛି ସଂଘ । ପୂର୍ବରୁ ଅକ୍ଟୋବର ୨୦୨୩ରୁ ଫେବ୍ରୁଆରୀ ୨୦୨୪ ପର୍ଯ୍ୟନ୍ତ ଦରମା ୬୧୦୦ ପାଉଥିଲେ। ମାର୍ଚ୍ଚ ମାସରୁ ଏ ପର୍ଯ୍ୟନ୍ତ ୬୧୦୦ ଟଙ୍କା ଦରମା ବଦଳ ରେ ୩୬୦୦ ଟଙ୍କା ପାଉଛନ୍ତି । ପୁନଃଗଠନ ଆଳରେ ଇସି ସଦସ୍ୟାମାନଙ୍କୁ ଛଟେଇ କରାଯିବାକୁ ବିରୋଧ କରୁଛନ୍ତି ।
ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସଂଗଠିତ କରିବା, ସେମାନଙ୍କୁ ଆର୍ଥିକ ପରିଚାଳନାରେ ତାଲିମ ଦେବା ଓ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଛି ନିର୍ବାହୀ କମିଟି । ଏ ସବୁ ସତ୍ବେ ୨ ବର୍ଷକୁ ଥରେ ପୁନଃ ଗଠନ ଆଳରେ ଛଟେଇ କରିବା ଦୁଃଖର ବିଷୟ ବୋଲି ଇସି କମିଟି ସଦସ୍ୟାମାନେ କହୁଛନ୍ତି ।