ଖାଲରେ ପଡି ଚାଲିଗଲା ଗର୍ଭବତୀ ହାତୀର ଜୀବନ
ଖାଲରେ ପଡି ଚାଲିଗଲା ମାଈହାତୀର ଜୀବନ । ବାଲେଶ୍ବର ଜିଲ୍ଲା ନୀଳଗିରି କୁଲଡିହା ରେଞ୍ଜ କପ୍ତିପଦା ବ୍ଲକ୍ ଅସନଘାଟି ଜଙ୍ଗଲରେ ଏହି ଅଘଟଣ ଘଟିଛି। ଅସନଘାଟି ଜଙ୍ଗଲ ଭିତରେ ଖୋଳା ଯାଇଥିବା ଟ୍ରେଞ୍ଚରେ ଏକ ମାଇ ହାତୀ ପଡିଥିବା ଖବର ପାଇଥିଲା ବନବିଭାଗ । ହେଲେ ୪ ଘଣ୍ଟାର ଚେଷ୍ଟା ପରେ ମଧ୍ୟ ହାତୀକୁ ବଞ୍ଚାଇ ପାରିନଥିବା ବନବିଭାଗ ।

ଉଦଳା (କେନ୍ୟୁଜ): ଖାଲରେ ପଡି ଚାଲିଗଲା ମାଈହାତୀର ଜୀବନ । ବାଲେଶ୍ବର ଜିଲ୍ଲା ନୀଳଗିରି କୁଲଡିହା ରେଞ୍ଜ କପ୍ତିପଦା ବ୍ଲକ୍ ଅସନଘାଟି ଜଙ୍ଗଲରେ ଏହି ଅଘଟଣ ଘଟିଛି । ଅସନଘାଟି ଜଙ୍ଗଲ ଭିତରେ ଖୋଳା ଯାଇଥିବା ଟ୍ରେଞ୍ଚରେ ଏକ ମାଇ ହାତୀ ପଡିଥିବା ଖବର ପାଇଥିଲା ବନବିଭାଗ । କପ୍ତିପଦା ଏବଂ କୁଲଡିହା ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଜେସିବି ସହାୟତାରେ ହାତୀକୁ ଉଦ୍ଧାର କରିଥିଲେ । ହେଲେ ୪ ଘଣ୍ଟାର ଚେଷ୍ଟା ପରେ ମଧ୍ୟ ହାତୀକୁ ବଞ୍ଚାଇ ପାରିନଥିବା ବନବିଭାଗ । ମୃତ ହାତୀର ବୟସ ୧୦ ବର୍ଷ ଏବଂ ସେ ଗର୍ଭବତୀ ଥିବା ଜଣାପଡିଛି । ଉଦ୍ଧାର ପରେ ହାତୀର ବ୍ୟବଛେଦ କରାଯାଇଛି ।