ଡ୍ରୋନ ଧରୁଛି ହାତୀ, ଦନ୍ତା ଧରିବାକୁ କେନ୍ଦୁଝର ବନ ବିଭାଗର ନୂଆ କୌଶଳ

ପ୍ରଥମ ଥର ପାଇଁ ହାତୀଙ୍କ ସୁରକ୍ଷା ପାଇଁ ନିୟୋଜିତ Thermal Drone Cameraରେ ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରି ଦେଇଛି। ମୁଖ୍ୟତଃ ରାତିରେ ଏହି କ୍ୟାମେରାରେ ହାତୀପଲଙ୍କ ଚଲାପଥ ଅନୁଧ୍ୟାନ ସହ କେତେ ମାଈ, ଦନ୍ତା ଓ ଛୁଆହାତୀ ଅଛନ୍ତି ସେ ସମ୍ପର୍କରେ ସୂଚନା ମିଳିଥାଏ ବୋଲି ସୂଚନା ଦେଇଛନ୍ତି କେନ୍ଦୁଝର DFO।

କେନ୍ଦୁଝର (କେନ୍ୟୁଜ): ଡ୍ରୋନରେ ନଜର ଆସିଲେ ହାତୀ। ଜଙ୍ଗଲରେ ବୁଲୁଥିବା ହାତୀ ପଲଙ୍କୁ ଧରିଲା ଡ୍ରୋନ୍‌। ଜଙ୍ଗଲରେ ହାତୀମାନଙ୍କୁ ଟ୍ରାକ୍‌ କରିବା ପାଇଁ ଡ୍ରୋନ୍‌ର ସହାୟତା ନେଇଛନ୍ତି କେନ୍ଦୁଝର ବନ ବିଭାଗ ।

ପ୍ରଥମ ଥର ପାଇଁ ହାତୀଙ୍କ ସୁରକ୍ଷା ପାଇଁ ନିୟୋଜିତ Thermal Drone Cameraରେ ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରି ଦେଇଛି। ମୁଖ୍ୟତଃ ରାତିରେ ଏହି କ୍ୟାମେରାରେ ହାତୀପଲଙ୍କ ଚଲାପଥ ଅନୁଧ୍ୟାନ ସହ କେତେ ମାଈ, ଦନ୍ତା ଓ ଛୁଆହାତୀ ଅଛନ୍ତି ସେ ସମ୍ପର୍କରେ ସୂଚନା ମିଳିଥାଏ ବୋଲି ସୂଚନା ଦେଇଛନ୍ତି କେନ୍ଦୁଝର DFO। ଜଙ୍ଗଲରେ ଦଳ ହୋଇ ହାତୀ ପଲ ବୁଲୁଥିବାର ଏ ଦୃଶ୍ୟ ସତରେ ନିଆରା।

ଅନେକ ସମୟରେ ଅଘଟଣ ଘଟୁଛି। ବିଭିନ୍ନ ସମୟରେ ହାତୀ ଓ ମଣିଷଙ୍କ ମଧ୍ୟରେ ଲଢ଼େଇ ଲାଗି ରହୁଛି । କେତେ ବେଳେ ହାତୀ ମରୁଛି ତ କେତେବେଳେ ମଣିଷ ଜୀବନ ଯାଉଛି। ଏପରିକି ହାତୀର ଗତିବିଧି ମଧ୍ୟ ରାତିରେ ଜଣା ପଡିବା କଷ୍ଟକର ହୋଇପଡ଼େ। ଏଣୁ ଏ ସବୁକୁ ରୋକିବାକୁ ବନ ବିଭାଗ ଏବେ ନୂତନ ପ୍ରୟାସ ଆପଣେଇଛି। ଏହାର ପ୍ରଥମେ ଗତ ୨୦୨୨ ଡିସେମ୍ବର ୩ ତାରିଖରେ ଚମ୍ପୁଆ ରେଞ୍ଜରେ ହୋଇଥିଲା। ଏଥିସହ ପାଟଣା ଓ ଘଟଗାଁ ରେଞ୍ଜରେ ମଧ୍ୟ ରାତିରେ ହାତୀର ଗତିବିଧିକୁ ନେଇ ସଫଳ ପରୀକ୍ଷା କରାଯାଇଛି। ଏହା ଏବେ ହାତୀ ମଣିଷଙ୍କ ଲଢେଇରେ ରୋକ ଲଗାଇବାରେ ବେସ ସକ୍ଷମ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.