କ୍ୟାପିଟାଲ ହସ୍ପିଟାଲରେ ଜୀବନ ହାରିଦେଲେ କର୍ମଚାରୀ, ଏକ୍ସରେ ରୁମରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ସକାଳୁ ସକାଳୁ କ୍ୟାପିଟାଲ ହସ୍ପିଟାଲରୁ ଏକ ଅଘଟଣ ଘଟିଛି ।  ଏକ୍ସରେ ରୁମରେ ଫ୍ୟାନରେ ଝୁଲିପଡ଼ିଛନ୍ତି ଜଣେ ଟେକ୍ନିସିଆନ ।  ତାଙ୍କ ନାଁ ପ୍ରଭାତ ମହାନ୍ତି । ତାଙ୍କ ବୟସ ପାଖାପାଖି ୪୫ ବର୍ଷ ହେବ ।  କର୍ମଚାରୀଙ୍କୁ ଉଦ୍ଧାର କରି କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା ।  କିନ୍ତୁ ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।

ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟା ପାଖାପାଖି ସାଢେ ୭ ଟା ବେଳେ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ ହସ୍ପିଟାଲ କର୍ମଚାରୀ ।  ପରେ ଉଦ୍ଧାର କରି କାଜୁଆଲିଟିରେ ଭର୍ତ୍ତି କରିଥିଲେ ।  ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷାଣ କରିଥିଲେ ।  ଏ ନେଇ କ୍ୟାପିଟାଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।  କର୍ମଚାରୀ ଜଣକ କାହିଁକି ଏଭଳି ନିଷ୍ପତ୍ତି ନେଇଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

 

ଆହୁରି ପଢ଼ନ୍ତୁ :  କାଳହେଲା ଶିବରାତ୍ରି ଯାତ୍ରା: ବ୍ରିଜ ତଳକୁ ଖସିଲା ବାଇକ, ୨ ମୃତ