ଆଜି ସନ୍ଧ୍ୟା ସୁଦ୍ଧା ସରିବ ସ୍ଥାନାନ୍ତରଣ ପ୍ରକ୍ରିୟା, ୧୦ ଲକ୍ଷ ଲୋକଙ୍କୁ ଆଶ୍ରୟସ୍ଥଳରେ ରଖିବାକୁ ଟାର୍ଗେଟ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ସ୍ଥାନାନ୍ତରଣ। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଆଜି ସଂଧ୍ୟା ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବ । ଏବେ ସୁଦ୍ଧା ୬ ହଜାର ୨୪୪ ଟି ରିଲିଫ ସେଣ୍ଟର ପ୍ରସ୍ତୁତ ହୋଇସାରିଛି । ୧୦ ଲକ୍ଷ ଲୋକଙ୍କୁ ଅସ୍ଥାୟୀ ଭାବେ ଥଇଥାନ ପାଇଁ ସରକାର ପ୍ରସ୍ତୁତି କରିଛନ୍ତି । ୮ ହଜାର ୬୪୭ ଜଣ ଗର୍ଭବତୀ ମହିଳା ଚିହ୍ନଟ ହୋଇଛନ୍ତି ।
ବାଲେଶ୍ୱର, ଭଦ୍ରକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜ ଜିଲ୍ଲା ରେ ବେଶୀ ପ୍ରଭାବ ପଡିପାରେ । ଆଜି ସୂର୍ଯ୍ୟାସ୍ତ ପୂର୍ବରୁ ସ୍ଥାନାନ୍ତର କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ରନ୍ଧା ଖାଦ୍ୟ ପାଇଁ ମଧ୍ୟ ପ୍ରସ୍ତୁତି କରାଯାଇଛି । ରିଲିଫ ସେଣ୍ଟରରେ ମହିଳା ପୋଲିସ ନିୟୋଜିତ ହେବେ । ୫୧ଟି ଓଡ୍ରାଫ୍ ଟିମ୍ ମୁତୟନ ହୋଇସାରିଛନ୍ତି। ୨୦ ଏନଡିଆରଏଫ୍ ଟିମ୍ ମୁତୟନ ହୋଇସାରିଛନ୍ତି । ବାହାର ରାଜ୍ୟର ଅଧିକ ଏନଡିଆରଏଫ ଟିମ୍ ଆସୁଛନ୍ତି ।