ଗୁଣି ଗାରେଡିକୁ ବିଶ୍ବାସର କୁପରିଣାମ, ତନ୍ତ୍ର ସାଧକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ବିବାହିତା

ବରଗଡ (କେନ୍ୟୁଜ): ଗୁଣି ଗାରେଡ଼ି କରି ବିବାହିତା ମହିଳାଙ୍କୁ ତନ୍ତ୍ର ସାଧକଙ୍କ ଦୁର୍ଷ୍କମ ଅଭିଯୋଗ । ଥାନାକୁ ଗଲା ମାମଲା । ବରଗଡ ଜିଲ୍ଲା ଭଟଲି ଥାନା ଅଞ୍ଚଳର ଜଣେ ବିବାହିତା ମହିଳା ତାଙ୍କ ଦେହ ଅସୁସ୍ଥ ହେବାରୁ ଗୁଣି ଗାରେଡିକୁ ବିଶ୍ବାସ କରି କର୍ଲାଜୁରୀ ଗାଁର ତନ୍ତ୍ର ସାଧକ ବିଜୟ ନାୟକଙ୍କ ପାଖକୁ ଯାଇଥିଲେ ।ସାଧକ ଗୁଣି ଗାରେଡ଼ି କରିବା ସହ କୁଆଡେ ବିବାହିତା ମହିଳାଙ୍କୁ ଦୁର୍ଷ୍କମ କରିଥିବା ଅଭିଯୋଗ କରି ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡିତାଙ୍କ ପରିବାରବର୍ଗ ।

ଅଭିଯୁକ୍ତ ଜଣକ ହେଉଛନ୍ତି କମଗାଁ ମାଁ ବୁଢୀ ବମକେଇ ମନ୍ଦିରର ତନ୍ତ୍ର ସାଧକ ତଥା କମଗାଁ ସରକାରୀ ନୋଡାଲ ହାଇସ୍କୁଲର ମ୍ୟୁଜିକ ଶିକ୍ଷକ । ଥାନାରେ ଅଭିଯୋଗ ହେବା ପରେ ଭଟଲି ପୋଲିସ ସାଧକଙ୍କୁ ଘରୁ ଉଠାଇ ନେବା ସହ ଥାନାରେ ପଚରାଉଚରା ଚଳାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.