ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଅସୁସ୍ଥ ହେଲେ ପରୀକ୍ଷାର୍ଥୀ, ହସ୍ପିଟାଲରେ ଗଲା ଜୀବନ

କୋରାପୁଟ ଜିଲ୍ଲା ଦାମନଯୋଡ଼ିର ନାଲକୋ ଟାଉନସିପ ସ୍ଥିତ SVM ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଏହି ଘଟଣା ଘଟିଛି । ମୃତକ ହେଲେ କୁନା ପୂଜାରୀ । ପରୀକ୍ଷା ଦେବା ବେଳେ ହଠାତ୍‌ ସେ ଅସୁସ୍ଥ ହୋଇପଡ଼ିଥିଲେ ।

କୋରାପୁଟ (କେନ୍ୟୁଜ): ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ପରୀକ୍ଷାର୍ଥୀ ମୃତ । କୋରାପୁଟ ଜିଲ୍ଲା ଦାମନଯୋଡ଼ିର ନାଲକୋ ଟାଉନସିପ ସ୍ଥିତ SVM ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଏହି ଘଟଣା ଘଟିଛି । ମୃତକ ହେଲେ କୁନା ପୂଜାରୀ । ପରୀକ୍ଷା ଦେବା ବେଳେ ହଠାତ୍‌ ସେ ଅସୁସ୍ଥ ହୋଇପଡ଼ିଥିଲେ । ତୁରନ୍ତ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନାଲକୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । କୁନା ପୂଜାରୀ ମାଥାଲପୁଟ ସ୍ଥିତ ମାଲୁ ସାନ୍ତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.