ବେକରେ ରଶି ଲଗାଇ ଜୀବନ ହାରିଲେ ମହିଳା, ଶାଶୁ ଘର ବିରୋଧରେ FIR ଦେଲେ ମୃତକଙ୍କ ପରିବାର

ବ୍ରହ୍ମପୁର (କେନ୍ୟୁଜ): ବ୍ରହ୍ମପୁର ମିନାକ୍ଷୀ ନଗର ପ୍ରଥମ ଲାଇଲରେ ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଲେ ସୁଚିସ୍ମିତା ନାୟକ । ଏନେଇ ଘର ଲୋକେ ଦେଖିବା ପରେ ଗୋଷାଣୀନୂଆଗାଁ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ମୃତ ଦେହକୁ ଉଦ୍ଧାର କରି ବ୍ଯବଚ୍ଛେଦ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି କରିଛି ।

ମୀନାକ୍ଷୀ ନଗର ପ୍ରଥମ ଲାଇନର ପ୍ରମୋଦ ନାୟକଙ୍କ ସାନ ଝିଅ ବାଲୁଗାଁ ଅଶୋକ ନଗର ଦ୍ୱିତୀୟ ଲାଇନର କୈଳାଶ ନାୟକଙ୍କ ପୁଅ ଅଜିତ ନାୟକଙ୍କୁ ୨୦୧୮ ମସିହା ଫେବୃଆରୀ ୧୮ତାରିଖରେ ବିବାହ କରିଥିଲେ । ବିବାହ ପରଠାରୁ ସୁଚିସ୍ମିତାଙ୍କୁ ଶଶୁର ଘର ଲୋକେ ମାନସିକ ଓ ଶାରରୀକ ର୍ନିଯ୍ଯାତନା ଦେଇଆସୁଥିଲେ । ସୁଚିସ୍ମିତାଙ୍କ ସ୍ୱାମୀ ବେଙ୍ଗାଲୁରୁରେ ଆଇଟି ଇଂଜିନିୟର ଭାବେ କାର୍ଯ୍ୟରତ ଥିବା ବେଳେ ସ୍ତ୍ରୀଙ୍କୁ ବିଭିନ୍ନ ସମୟରେ ନିର୍ଯ୍ୟାତନା ଦେଇଆସୁଥିଲେ । ଗତ ଦୁଇ ମାସ ତଳେ ନିଜ ଜୀବନ ପ୍ରତି ବିପଦ ଥିବା ନେଇ ସୁଚିସ୍ମିତା ନିଜ ବାପା ଘରକୁ ଚାଲି ଆସିଥିଲେ ।

ଜାନୁଆରୀ ମାସରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ପାଇଁ କୋର୍ଟର ଆଶ୍ରୟ ନେଇଥିଲେ ସୁଚିସ୍ମିତା । ଚଳିତ ମାସ ୪ ତାରିଖରେ କୋର୍ଟର ଶୁଣାଣି ଥିବାବେଳେ ଅଜିତ କିମ୍ବା ତାଙ୍କ ପରିବାର ଲୋକେ ଆସିନଥିଲେ । ତେବେ ଏନେଇ ସୁଚିସ୍ମିତା ସମସ୍ତ କଷ୍ଟ ସହ୍ଯ କରିନପାରି ଆତ୍ମହତ୍ୟା କରିଥିବା କହିଛନ୍ତି ତାଙ୍କୁ ବାପା ଓ ଭଉଣୀ । ଆଜି ସୁଚିସ୍ମିତାଙ୍କ ପରିବାର ଲୋକେ ଗୋଷାଣୀନୂଆଗାଁ ଥାନାରେ ସୁଚିସ୍ମିତାଙ୍କ ସ୍‌ୱାମୀ ଅଜିତ , ଶଶୁର ଓ ଦଅରଙ୍କ ବିରୋଧରେ ଏତଲା ଦେଇଛନ୍ତି । ତୁରନ୍ତ କାର୍ଯ୍ଯାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି ମୃତ ସୁଚିସ୍ମିତାଙ୍କ ବାପା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.