ରାଜ୍ୟ

ଆଜିଠୁ ଅଟ୍ରିରେ ପ୍ରସିଦ୍ଧ ମକର ମେଳା ଆରମ୍ଭ, ହଟ୍ଟକେଶ୍ୱର ମହାଦେବଙ୍କ ମନ୍ଦିରରେ ଲାଗିଛି ଭକ୍ତ ଭିଡ଼

ଖୋର୍ଦ୍ଧା (କେନ୍ୟୁଜ): ଆଜି ମକର ସଂକ୍ରାନ୍ତିରେ ବେଗୁନିଆ ଅଟ୍ରିରେ ଆରମ୍ଭ ହୋଇଛି ପ୍ରସିଦ୍ଧ ମକର ମେଳା । ପ୍ରସିଦ୍ଧ ଶୈବପୀଠ ବାବା ହଟ୍ଟକେଶ୍ୱର ମହାଦେବଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଭୋର ୩ଟାରୁ ମନ୍ଦିର ପହୁଡ ଖୋଲା ଯାଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ହଟ୍ଟକେଶ୍ୱର ମହାଦେବ। ଶ୍ରଦ୍ଧାଳୁମାନେ ଲମ୍ବା ଲାଇନରେ ଆସି ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରୁଛନ୍ତି। ତାସହ ଉଷ୍ଣପ୍ରସବଣ କ୍ଷେତ୍ର ଠାରେ ଶୀତୁଆ ସକାଳରେ ଗରମ ପାଣିର ମଜ୍ଜା ନେଉଛନ୍ତି ସମସ୍ତେ।

ଏଠାରେ ଆଉ ଏକ ପର୍ବ ଗୁଆଖୋଜା ପର୍ବ ମଧ୍ୟ ସମ୍ପାଦନ ହେଉଥିବା ଦେଖିବାକୁ ମିଳିଛି। ଯେଉଁ ନିଃସନ୍ତାନ ଦମ୍ପତି ପବିତ୍ର ମକର ସଂକ୍ରାନ୍ତି ଦିନ ଏଠାକୁ ଆସି ହଟ୍ଟକେଶ୍ୱର ମହାଦେବଙ୍କ ନିକଟରେ ସଂକଳ୍ପ କରି ଉଷ୍ଣପ୍ରସବଣ ଠାରେ ଥିବା ମାନସିକ କୁଣ୍ଡରୁ ଗୁଆଖୋଜି ସେବନ କରନ୍ତି ସେମାନଙ୍କୁ ବର୍ଷକ ମଧ୍ୟରେ ସନ୍ତାନ ପ୍ରାପ୍ତି ହୁଏ ବୋଲି ରହିଛି ବିଶ୍ୱାସ।

Barsha

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

4 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

6 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

6 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

8 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

9 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

9 hours ago