ସମ୍ପନ୍ନ ହେଲା ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଥାଳ ଉଠା ପର୍ବ: ମେ ୩୧ରେ ଶିବ ବିବାହ

ସମ୍ବଲପୁର:  ସମ୍ପନ୍ନ ହେଲା ଥାଳ ଉଠା ପର୍ବ । ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ କାର୍ଯ୍ୟକ୍ରମ ଥାଳଉଠା ପର୍ବ । ସମ୍ପୂର୍ଣ୍ଣ ରୀତି ନୀତି ଅନୁଯାୟୀ ମନ୍ଦିର ପରିସରରେ ଅନୁଷ୍ଠିତ ହେଲା ଥାଳ ଉଠା ପର୍ବ । ଆଜି ପବିତ୍ର ଅକ୍ଷୟ ତୃତୀୟାରେ ସହରର ପ୍ରସିଦ୍ଧ ଶିବାଳୟ ଗୁଡିକରେ ଥାଳ ଉଠା ପର୍ବ ଅନୁଷ୍ଠିତ ହୋଇଛି ।  ଏହି ରୀତିନୀତି ଅନୁଯାୟୀ ନନ୍ଦପଡାର ବମ ବରାଡ଼ ବାବା ବାଲୁଙ୍କେଶ୍ୱର, ଝାଡୁଆପଡାର ଲୋକନାଥ ବାବା ଓ ମୋଦୀପଡାର ଜାଗେଶ୍ୱର ବାବାଙ୍କ ମନ୍ଦିରେ ଆଡମ୍ବର ସହକାରେ ଥାଳଉଠା ପୂଜାର୍ଚ୍ଚନା କରାଯାଇଥିଲା ।

ଚଳିତ ବର୍ଷର ନୂତନ କନ୍ୟା ପିତାମାତା, ସ୍ଥାନୀୟ ବୁଦ୍ଧିଜୀବୀ ଓ ମନ୍ଦିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଥାଳ ଉଠିଥିଲା ଓ ଯାତ୍ରାର ଆୟୋଜନ ପାଇଁ ପାଣ୍ଠି ସଂଗ୍ରହ ଆରମ୍ଭ ହୋଇଥିଲା ।  ମନ୍ଦିର କର୍ମକର୍ତ୍ତା ପୂଜକଙ୍କ ସହିତ ବିଭିନ୍ନ ପଡା ବୁଲି ପାଣ୍ଠି ସଂଗ୍ରହ ଆରମ୍ଭ କରିଥିଲେ ।  ଆସନ୍ତା ମାସ ୩୧ତାରିଖରେ ଶିବ ବିବାହ ଜୁନ ୧ ଓ ୨ ତାରିଖରେ ନବବିବାହିତ ଦେବଦମ୍ପତିଙ୍କ ନଗର ପରିକ୍ରମା ସହ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

 

ଆହୁରି ପଢ଼ନ୍ତୁ : ଆଜି ଶୀତଳଷଷ୍ଠୀ ପାଇଁ ଥାଳ ଉଠା ପର୍ବ, କରାଯିବ କନ୍ୟା ମାତା ପିତା ଚୟନ