ଝିଅ ସହ ଅନୈତିକ ସମ୍ପର୍କ ସନ୍ଦେହ: ଯୁବକଙ୍କୁ ରଡ ଭୁସି ମାରିଲା ବାପା

ଉଦଳା (କେନ୍ୟୁଜ): ରବିବାର ଦିନ ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୋଲିସ । ଝିଅ ପାଇଁ ଯୁବକଙ୍କୁ ରଡ ଭୁଶି ବାପା ହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ଅଭିୁକ୍ତକୁ ଗିରଫ କରିଛି ପୋଲିସ୍ । ଗତ ରବିବାର ଦିନ ଉଦଳା ଥାନା ବଉଳଶାସନ ଗ୍ରାମରେ ଜୟୁର ଗ୍ରାମର ଶୁଭାଶିଷ ବାରିକଙ୍କ ମୃତଦେହ ମିଳିଥିଲା । ଯୁବକଙ୍କ ଜଙ୍ଘରେ କେହି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ପୋଲିସ୍ ସନ୍ଦେହ କରିଥିଲା । ଏହି ଘଟଣାରେ ଛାନଭିନ୍ ଚାଲିଥିବା ବେଳେ ଦୁଇ ଦିନ ପରେ ଫିଟିଛି ରହସ୍ୟ । ମୃତ ଯୁବକ ଶୁଭାଶିଷଙ୍କ ବଉଳଶାସନ ଗ୍ରାମର ନବୀନ ଆର୍ଚ୍ୟାଙ୍କ ଝିଅ ସହିତ ଥିଲା ଅନୈତିକ ସଂପର୍କ ।

ଗତ ଶନିବାର ରାତିରେ ନବୀନ ଆର୍ଚ୍ୟା ଘରକୁ ଫେରିଥିବା ବେଳେ ସେହି ସମୟରେ ଶୁଭାଶିଷ ବାରିକ ଏବଂ ତାଙ୍କ ଝିଅକୁ ଅସଂଯତ ଅବସ୍ଥାରେ ଦେଖିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ନବୀନ ଆର୍ଚ୍ୟା ଶୁଭାଶିଷଙ୍କୁ ମାଡ ମାରିବାକୁ ଗୋଡାଇଥିଲେ । ଶୁଭାଶିଷ ଘରୁ ଦୌଡି ଯାଉଥିବା ବେଳେ ନବୀନ ତାଙ୍କୁ ଧରି ଏକ ରଡ ତାର ଜଙ୍ଘରେ ଭୁଶି ଦେଇଥିଲେ । ଯାହାକି ନବୀନଙ୍କ ଘର ବାଡି ତାଟି କବାଟ ନିକଟରେ ଏହି ଘଟଣା ଘଟିଥିଲା । ତା ପରେ ଉକ୍ତ ରଡଟିକୁ ନେଇ ନବୀନ ନିଜ ଘରେ ଲୁଚାଇଥିବା ବେଳେ ଶୁଭାଶିଷ ବିଲ ଭିତରେ ପଡି ରହିଥିଲେ ଏବଂ ସେଠାରେ ତାର ମୃତ୍ୟୁ ହୋଇଥିଲା ।

ତାପରଦିନ ସକାଳ ସମୟରେ ନବୀନ ଘରୁ ଉଦଳା ଆସି ବସ୍ ଯୋଗେ ଶରତ ଯାଇଥିବା ବେଳେ ପୋଲିସ୍ ଶରତ ଅଂଚଳରୁ ତାଙ୍କୁ ଉଠାଇ ଆଣିଥିଲା । ଏବଂ ପଚରାଉଚରା ପରେ ତାଙ୍କୁ ପୋଲିସ୍ ଗିରଫ କରିଛି ଏବଂ ଘଟଣାରେ ବ୍ୟବହୃତ ଲୁହା ରଡ ଓ ବାଡିକୁ ଜବତ କରିଛି । ଏହି ଘଟଣାରେ ପୋଲିସ ୭ ଜଣଙ୍କୁ ଉଠାଇ ପଚରାଉଚରା କରିଥିବା ବେଳେ ଅନେକ ସୁରାକ ପୋଲିସ ହାତରେ ଲାଗିବା ପରେ ଏହି ଘଟଣାର ରହସ୍ୟ ଫିଟିଛି । ସବୁଠାରୁ ବଡ କଥା ପୂର୍ବରୁ ଉଭୟ ଝିଅ ଏବଂ ମୃତକଙ୍କ ମଧ୍ୟରେ ଅନୈତିକ ସଂପର୍କକୁ ନେଇ ଦୁଇ ମାସ ପୂର୍ବରୁ ବିବାଦ ଯାଇଥିଲା ।

 
Leave A Reply

Your email address will not be published.