ପିଶାଚ ବାପା : ପାରିବାରିକ କଳହ ଯୋଗୁଁ ପୁଅ ବେକରେ ଗାମୁଛା ବାନ୍ଧି କଲା ହତ୍ୟା

କୋରାପୁଟ (କେନ୍ୟୁଜ) : ପାରିବାରିକ କଳହ ଯୋଗୁଁ ହତ୍ୟା, ଏବେ ଏକ ନିତି ଦିନିଆ ଘଟଣା ହେଲାଣି । ପ୍ରତ୍ୟେକ ଦିନ ଖବର କାଗଜରେ ଏମିତି ଅନେକ ଖବର ପ୍ରକାଶ ପାଉଛି । ପରିବାରରେ ସାମାନ୍ୟ କଳହରୁ ବର୍ତ୍ତିବା ପାଇଁ ଲୋକେ ହତ୍ୟା କରିବାକୁ ବି ପଛାଉ ନାହାନ୍ତି । ଠିକ୍‌ ଏମିତି ଏକ ଘଟଣା ଏବେ ପୁଣି ସାମ୍ନାକୁ ଆସିଛି କୋରାପୁଟରୁ ।

୧୦ ବର୍ଷର ପୁଅ ବେକରେ ଗାମୁଛା ବାନ୍ଧି ହତ୍ୟା କଲା ବାପା । ହତ୍ୟାକରୀ ବାପାକୁ ଗିରଫ କରିଛି ଦାମନଜୋଡି ପୋଲିସ । କାକିରିଗୁମା ଥାନା ଗନେଇଗୁଡା ଗ୍ରାମର ରେଲି ଦିଶାରିକୁ ଗିରଫ କରିଛି । ଏନେଇ ସୂଚନା ଦେଇଛନ୍ତି ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.