ମୋବାଇଲ ଦେଖିବାକୁ ମନା କଲେ ବାପା, ଜୀବନ ହାରି ଦେଲା ପୁଅ

କୋରାପୁଟ (କେନ୍ୟୁଜ): ପିଲାଙ୍କୁ ଦିନକୁ ଦିନ ଶିକ୍ଷା ଦେବାରେ ଲାଗିଛି ମୋବାଇଲ୍‌ ଫୋନ। ଅବଶ୍ୟ ସବୁ ପିଲା ଯେ, କେବଳ ମୋବାଇଲରୁ କୁ ଶିକ୍ଷା ପାଉଛନ୍ତି ତାହା ନୁହେଁ। କିନ୍ତୁ ଅଧିକାଂଶ ସମୟରେ ଏପରି ଘଟଣା ସାମ୍ନାକୁ ଆସୁଥିବାରୁ ଏବେ ଚିନ୍ତା ବଢିଛି। ମୋବାଇଲ୍ ଆମ ଜୀବନର ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି, କିନ୍ତୁ ସମାନ ମୋବାଇଲ୍ ଯୋଗୁଁ ଲୋକଙ୍କ ଜୀବନ ମଧ୍ୟ ନଷ୍ଟ ହୋଇଯାଉଛି । ପିଲା ମାନଙ୍କୁ ଖରାପ ବାଟରୁ ଭଲ ବାଟକୁ ଆଣିବା ପାଇଁ ବାପା ମା’ ଅହରହ ଚେଷ୍ଠା କରିଥାନ୍ତି । କିନ୍ତୁ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି ଯେ ବାପା ମୋବାଇଲ ଫୋନ ଛଡ଼ାଇ ନେବାରୁ ଜୀବନ ହାରି ଦେଲା ପୁଅ।

କୋରାପୁଟ ସହର ଗୌତମନଗରରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ୧୩ ବର୍ଷର ପୁଅ ମୋବାଇଲ ଫୋନରେ ଖେଳୁଥିବା ବେଳେ ବାରଣ କରିଥିଲେ ବାପା। କିନ୍ତୁ ପୁଅ ନଶୁଣିବାରୁ ବାପା ମୋବାଇଲ ଫୋନ ଛଡ଼େଇ ନେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଘର ଭିତରେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଛି। ମୃତକ ନାବାଳକ ଗୌତମ ନଗରର ବି ମନୋହର। ପରିବାର ଲୋକେ ମୃତଦେହ ଦେଖିବା ପରେ ଥାନାକୁ ଜଣାଇଥିଲେ। ଟାଉନ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ମୃତଦେହ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରିଛି ପୋଲିସ। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଏସ୍‌ଆଇ ସୁଦର୍ଶନ ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.