ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା-୨୦୨୨

ଭୁବନେଶ୍ବର(କେନ୍ଯୁଜ୍): ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା-୨୦୨୨। ଭୋଟର ତାଲିକା ଅନୁସାରେ ରାଜ୍ୟରେ ମୋଟ ୩କୋଟି ୨୯ଲକ୍ଷ ୮୩ହଜାର ୬୪୩ଜଣ ଭୋଟର ଥିବାବେଳେ ସେଥିମଧ୍ୟରୁ ୧କୋଟି ୬୭ଲକ୍ଷ ୯୬ହଜାର ୬୦୩ଜଣ ପୁରୁଷ, ୧କୋଟି ୬୧ଲକ୍ଷ ୮୩ହଜାର ୮୩୫ଜଣ ମହିଳା ଭୋଟର ଓ ୩ହଜାର ୨୫ଜଣ ତୃତୀୟ ଲିଙ୍ଗ ଭୋଟର ଛନ୍ତି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଚୂଡାନ୍ତ ଭୋଟର ତାଲିକା-୨୦୨୨ ଅନୁସାରେ ୯ଲକ୍ଷ ୫୦ହଜାର ୭୮୯ ଜଣ ନୂଆ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବାବେଳେ ୩ଲକ୍ଷ ୪୪ହଜାର ୯୪୪ଜଣ ଭୋଟରଙ୍କ ନାଁ ତାଲିକାରୁ ବାଦ୍‌ ଦିଆଯାଇଛି। ଭୋଟର ତାଲିକାରେ ଥିବା ୩ଲକ୍ଷ ୮୨ହଜାର ୬୦୧ଜଣ ଭୋଟରଙ୍କ ତ୍ରୁଟି ସଂଶୋଧନ କରାଯାଇଛି।

୨୦୨୧ ମସିହାରେ ପ୍ରକାଶ ପାଇଥିବା ଚୂଡାନ୍ତ ଭୋଟର ତାଲିକାରେ ୧୮ରୁ ୧୯ ବର୍ଷ ବୟସ ବର୍ଗରେ ମୋଟ ୪ଲକ୍ଷ ୧୦ହଜାର ୬୭ ଜଣ ଭୋଟର ସାମିଲ ହୋଇଥିବାବେଳେ ଚଲିତ ବର୍ଷ ବୃଦ୍ଧି ପାଇ ୫ଲକ୍ଷ ୨୩ହଜାର ୭୪୪ରେ ପହଞ୍ଚିଛି। ବର୍ଷକରେ ୪.୩୧ଲକ୍ଷ ଭୋଟର ବଢିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.