ଲଗାଣ ବର୍ଷାରେ ଫୁଲୁଛି ସୁବର୍ଣ୍ଣରେଖା, ଜଳେଶ୍ବର ଓ ଭୋଗରାଇର ବିଭିନ୍ନ ଅଞ୍ଚଳ ଜଳମଗ୍ନ

ଜଳେଶ୍ବର: ଲଗାଣ ବର୍ଷାରେ ଫୁଲୁଛି ସୁବର୍ଣ୍ଣରେଖା । ଜଳେଶ୍ବର ବ୍ଲକ ଅନ୍ତର୍ଗତ ରାଜଘାଟ ନିକଟରେ ବିପଦ ସଙ୍କେତ ୧୦. ୩୬ ମିଟର ଥିବା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦. ୨୦ ମିଟରରେ ପ୍ରବାହିତ ହେଉଛି । ଜଳସ୍ତର ଆହୁରି ବଢିଲେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆଶଙ୍କା କରାଯାଉଛି । ବାଲିଆପାଳ, ଜଳେଶ୍ବର ଏବଂ ଭୋଗରାଇ ବ୍ଲକର ଅନେକ ପଞ୍ଚାୟତ ଜଳମଗ୍ନ ହେବା ସହ ବ୍ଯାପକ ଚାଷ ଜମି କ୍ଷତିଗ୍ରସ୍ତ ହେବାର ଭୟ ରହିଛି ।
ଅନ୍ଯପଟେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଠାରେ ବିପଦ ସଙ୍କେତ ୬. ୫୦ ଥିବା ବେଳେ ସକାଳା ୬ ଟା ସୁଦ୍ଧା ଜଳସ୍ତର ୬.୮୨ ମିଟରରେ ପ୍ରବାହିତ ହେଉଛି । ଫଳରେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଏବଂ ସଦର ବ୍ଲକର ୩ଟି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମିରେ ବନ୍ଯା ପାଣି ପ୍ରବେଶ କରିବା ସହ ଗାଁ ମାନଙ୍କରେ ମଧ୍ଯ ବନ୍ଯା ପାଣି ପଶିଛି। ଲଘୁଚାପ ପ୍ରଭାବ ରେ ଲଗାଣ ବର୍ଷା ଯୋଗୁଁ ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମକୁଣ୍ତା ଷୋଳଶା ପାଣ୍ଠ କୋଷ୍ଟ କେନାଲର ସ୍ଲୁଇସ ଗେଟ୍ ଭୁଷୁଡି ପଡିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।