ରାଜ୍ୟ

ଓଡ଼ିଶାରେ ଆରମ୍ଭ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ମତଦାନ : ଭୋଟ ଦେବେ ୬୨ ଲକ୍ଷ ୮୭ ହଜାର ଭୋଟର

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ । ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ୮ଟି ଜିଲ୍ଲାରେ ୪ ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ବୁଥ ଆଗରେ ଧାଡ଼ି ଆରମ୍ଭ ହୋଇ ଯାଇଛି । ମତଦାନ ସାବ୍ୟସ୍ତ କରିବାକୁ ଲୋକେ ବୁଥରେ ପହଞ୍ଚୁଛନ୍ତି । ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ତି ଓ ପଶ୍ଚିମ ଓଡ଼ିଶାର ନୂଆପଡ଼ା ଜିଲ୍ଲାରେ ଆଜି ମତଦାନ ।

କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ପାଇଁ ମଇଦାନରେ ଅଛନ୍ତି ମୋଟ୍ ୩୭ ଜଣ ପ୍ରାର୍ଥୀ । ଏହି ୪ ଲୋକସଭା କ୍ଷେତ୍ର ଅଧୀନ ୨୮ ବିଧାନସଭା ଆସନରେ ଲଢୁଛନ୍ତି ମୋଟ୍ ୨୪୩ ଜଣ ପ୍ରାର୍ଥୀ । ପ୍ରଥମ ପର୍ଯ୍ୟାୟରେ ଭୋଟ ଦେବେ ୬୨ ଲକ୍ଷ ୮୭ ହଜାର ଭୋଟର। ସେଭିତରୁ ୩୦ ଲକ୍ଷ ୯୭ ହଜାର ପୁରୁଷ ଭୋଟର ଓ ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର ଅଛନ୍ତି । ୭ ହଜାର ୩୦୩ ବୁଥରେ ହେବ ମତଦାନ । ୬୦ ପ୍ରତିଶତ ବୁଥରେ ୱେବ କାଷ୍ଟିଂ ହେବ। ୧୨ ଶହ ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ୪ ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ।

ସେହିପରି ୩ ହଜାର ୫୨୨ ପୋଲିଂ ଷ୍ଟେସନରେ ୫ ଟା ଯାଏ ପୋଲିଂହେବ। ୨୫୭୫ ମତଦାନ କେନ୍ଦ୍ରରେ ୬ ଟା ପର୍ଯ୍ୟନ୍ତ ମତଦାନ କରାଯିବ । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ମାଓପ୍ରବଣ ଅଞ୍ଚଳ ପାଇଁ ସ୍ବତନ୍ତ୍ର ସୁରକ୍ଷା ବନ୍ଦୋବସ୍ତ ହୋଇଛି । ମାଓ ପ୍ରଭାବିତ ଅଞ୍ଚଳରେ ୫୭୩ ବୁଥ ହୋଇଛି। ଏହି ଅଞ୍ଚଳରେ ଆଣ୍ଟି ନକ୍ସଲ ଇଣ୍ଟେଲିଜେନ୍ସି ସକ୍ରିୟ ରହିଛି। ୧୭ ହଜାର ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ୧୦୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀଓ ୬୬ ପ୍ଲାଟୁନ ଆର୍ମଡ ପୋଲିସ ମୁତୟନ କରାଯାଇଛି । ୨୧୦ ଫ୍ଲାଇଂ ସ୍କ୍ବାଡ ଓ ୧୩୯ଟି ଅପରେସନ ପାର୍ଟି ସଜାଗ ରହିଛନ୍ତି ।

Barsha

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

16 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago