ଓଡ଼ିଶାରେ ପ୍ରଥମ ଥର ପାଇଁ ୧୦ଟି ଜନବସତି ଶୂନ୍ୟ ଦ୍ବୀପରେ ଉଡ଼ିଲା ତ୍ରିରଙ୍ଗା

ଭୁବନେଶ୍ୱର : ଜନବସତି ଶୂନ୍ୟ ଦ୍ବୀପରେ ଉଡ଼ିଲା ତ୍ରିରଙ୍ଗା । ଓଡ଼ିଶାର ୧୦ଟି ଜନବସତି ଶୂନ୍ୟ ଦ୍ବୀପରେ ତ୍ରିରଙ୍ଗା ଉଡ଼ୁଛି । ବାଲେଶ୍ବରର ସୁବର୍ଣ୍ଣ ଦ୍ବୀପ, ଭଦ୍ରକର ନୟାଟାପୁର, ଭଦ୍ରକର ଉଡ଼ାବାଲି, କନିକା ଦ୍ବୀପ, ଲଙ୍ଗ ହୁଇଲର ଦ୍ବୀପରେ ତ୍ରିରଙ୍ଗା ଉଡ଼ିଛି । ଭଦ୍ରକର ସର୍ଟ ଆଇଲାଣ୍ଡ ଓ ସ୍ମଲ ହୁଇଲର ଦ୍ବୀପରେ ବି ଉଡ଼ିଛି ତ୍ରିରଙ୍ଗା । ଜଗତସିଂହପୁରର ବୋଇତରକୁଦ, ଜଟାଧାରୀ ତଣ୍ଡା, ବରକୁଦରେ ବି ତ୍ରିରଙ୍ଗା ଉଡ଼ିଛି । ଦ୍ୱୀପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଯେପରି କାହାର କିଛି ଅସୁବିଧା ହେବ ନାହିଁ ତାହା ଉପରେ ନଜର ରଖାଯାଇଛି।
ସେପଟେ ଚଳିତବର୍ଷ ପରେଡ୍ରେ ଆର୍ମି, ବିଏସ୍ଏଫ୍ ଓ ପୋଲିସ ସାମିଲ ହେବେ । ଭୁବନେଶ୍ବରରେ ମୋଟ ୪୩ କଣ୍ଟିଜେଣ୍ଟ ପରେଡ୍ରେ ସାମିଲ ହେବେ ।ସୁରକ୍ଷା ବ୍ୟବସ୍ଥା ଉପରେ ପୁରା ନଜର ରଖାଯାଇଛି । ସବୁ ପୋଲିସ ଅଧୀକ୍ଷକଙ୍କୁ ଆଲର୍ଟ କରିଛନ୍ତି ଏଡିଜି ସଂଜୟ କୁମାର ।
ତେବେ ଚଳିତ ଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ଼ର ନେତୃତ୍ୱ ନେଇଛନ୍ତି ଯୁବ ଆଇପିଏସ୍ ଭୋସଲେ ଶୁଭମ ସଞ୍ଜୟ। ସେ ଏବେ ସମ୍ବଲପୁର ଅତିରିକ୍ତ ଏସ୍ପି ଭାବେ କାର୍ଯ୍ୟ ତୁଲାଉଛନ୍ତି । ଏଥର ପରେଡ଼୍ରେ CRPF, ୧୨୦ ବାଟାଲିୟନ, ଆଇଟିବିପି, ଏଏସବିଏନ୍, ଅଗ୍ନିଶମ, ଏସଓଜି ସମେତ ୪୫ଟି ଟ୍ରୁପ୍ ଭାଗ ନେବେ । ଚଳିତବର୍ଷ ପରେଡରେ ୫୦ରୁ ଅଧିକ ଟ୍ରୁପ୍ ସାମିଲ ହେବେ। ପରେଡ୍ ଅଞ୍ଚଳରେ ୧୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ସହ ସିସିଟିଭି ନଜରରେ ରହିବ। ରାଜ୍ୟସ୍ତରୀୟ ପରେଡରେ ରାଜ୍ୟପାଳ ଅଭିବାଦନ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।
ଆହୁରି ପଢନ୍ତୁ : ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର, କିଟରେ କାର୍ଯ୍ୟରତ ଅଦ୍ବୈତ ଚରଣ ଗଡ଼ନାୟକ