ଭୁଲ ଚିକିତ୍ସା ପାଇଁ ଚାଲିଗଲା ବାଳିକାଙ୍କ ଜୀବନ, ଅଭିଯୋଗ ଆଣିଲେ ପରିବାର ଲୋକେ

କଟକ : ଘରୋଇ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଥିଲେ ଜଣେ ୧୨ ବର୍ଷର ବାଳିକା । ଚିକିତ୍ସାରେ ଅବହେଳା ଯୋଗୁଁ ବାଳିକାଙ୍କ ଜୀବନ ଚାଲିଗଲା ବୋଲି ଅଭିଯୋଗ କରିଛନ୍ତି ବାଳିକାଙ୍କ ପରିବାର ସଦସ୍ୟ । ଏହି ଘଟଣା କୁ ଆଧାର କରି ଡାକ୍ତରଙ୍କ ବାସ ଭବନ ଆଗରେ ଧାରଣାରେ ବସିଛନ୍ତି ପରିବାର ଲୋକେ ଓ ଆତ୍ମୀୟ ସ୍ୱଜନ । ସୂଚନା ଅନୁସାରେ ଗତ ୧୬ ତାରିଖରେ ତମନ୍ନା ସାହୁଙ୍କୁ ପେଟ କାଟିବା ସହ ବାନ୍ତି ହୋଇଥିଲା ।
ଯାହା ଦ୍ଵାରା ପରିବାର ଲୋକେ ଜଣେ ଶିଶୁ ବିଭାଗର ଡାକ୍ତରଙ୍କୁ ତମନ୍ନାଙ୍କୁ ଦେଖାଇଥିଲେ ।ଏହା ସହ ଚିକିତ୍ସା କରିଥିଲେ । ଡାକ୍ତର ଜଣଙ୍କ ନିଜ କର୍ମସ୍ଥଳି କୋରାପୁଟ ପଳାଇଥିଲେ । ଏହାପରେ ବିଭିନ୍ନ ରିପୋର୍ଟ ପରିବାର ଲୋକେ ଡାକ୍ତରଙ୍କ ନିକଟକୁ ପଠାଇଥିଲେ । ହ୍ୱାଟ୍ସ୍ଆପରେ ନେଟ୍ ୱର୍କ କାରଣରୁ ଡାକ୍ତର ସଠିକ୍ ଭାବେ କିଛି ନଦେଖି କିଛି ମତାମତ ଦେଇଥିଲେ । ଏହା ପରେ ବାଳିକାଟି ଅଧିକ ଅସୁସ୍ଥ ଥିବାରୁ ପରିବାର ଲୋକେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ସେଠାରେ ବାଳିକାଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକ ଭୁଲ ପରାମର୍ଶ ପାଇଁ ବାଳିକାଙ୍କ ମୃତ୍ୟୁ ହୋଇଛି ବୋଲି ଡ଼ାକ୍ତରଙ୍କୁ ଅଭିଯୋଗ କରୁଥିବା ବେଳେ ଚିକିତ୍ସାରେ ଅବହେଳା କରିନାହିଁ ବୋଲି ଖୋଦ୍ ଡାକ୍ତର କହିଛନ୍ତି ।