ମାଲକାନଗିରି ପୋଲିସର ବଡ଼ ସଫଳତା ; BSF ଯବାନଙ୍କ ୧ ଲକ୍ଷ ୨୯ ହଜାର ୯୦୦ ଟଙ୍କା ଉଦ୍ଧାର କରିବାରେ ସଫଳ ହୋଇଛି

ମାଲକାନଗିରି (କେନ୍ଯୁଜ୍): ମାଲକାନଗିରି ପୋଲିସକୁ ବଡ଼ ସଫଳତା । ଜଣେ ବିଏସଏଫ ଯବାନ ତାଙ୍କ କଷ୍ଟ ଉପାର୍ଜିତ ୧ ଲକ୍ଷ ୨୯ ହଜାର ୯୦୦ ଟଙ୍କା ହରାଇଥିଲେ । ମାଲକାନଗିରି ପୋଲିସ ପୂରା ଟଙ୍କା ଉଦ୍ଧାର କରିବାରେ ସଫଳ ହୋଇଛି । ଜାନୁଆରୀ ୬ ତାରିଖରେ ଯବାନଙ୍କ ଆକାଉଣ୍ଟରୁ ୧ ଲକ୍ଷ ୨୯ ହଜାର ୯୦୦ ଟଙ୍କା ଚାଲିଯାଇଥିଲା । ୫ ଦିନ ମଧ୍ୟରେ ତାଙ୍କର ସମସ୍ତ ଟଙ୍କା ଫେରାଇବାରେ ପୋଲିସ ସଫଳ ହୋଇଛି ।

ମାଓ ଦମନ ପାଇଁ ନିୟୋଜିତ ଥିବା mv-79 ଗାଁରେ ୭୬ ବାଟାଲିୟନ ଯବାନ ସାଇବର ଠକେଇର ଶିକାର ହୋଇଥିଲେ । ସାଇବର ଠକ SBI ବ୍ୟାଙ୍କ ନାଁରେ ଏକ ଡୁପ୍ଲିକେଟ ଆପ୍‌ କରି ଗୁଗଲରେ ଛାଡିଥିଲେ । ଏହି ସମୟରେ BSF ଜବାନ ଓରିଜିନାଲ ୟନ ବଦଳରେ ଏହି ଡୁପ୍ଲିକେଟ ୟନ ଆପ ଡାଉନଲୋଡ଼ କରିଥିଲେ । ଏହାପରେ ଅନଲାଇନ ଠକ OTP ମାଗିଥିଲେ ।

ଯବାନ SBI କର୍ମଚାରୀ ଭାବି OTP ଦେଇଥିଲେ । OTP ପଠାଇବା ପରେ ବ୍ୟାଙ୍କ ଆକାଉଣ୍ଟରେ ଥିବା ସଞ୍ଚୟ ଏକ ଲକ୍ଷ ୨୯ ହଜାର ୯୦୦ ଟଙ୍କା କିଛି କ୍ଷଣ ମଧ୍ୟରେ ଗାଏବ ହୋଇଯାଇଥିଲା । କାଲିମେଳା ଥାନାରେ ଏନେଇ ଏତଲା ଦେବା ପରେ ପୋଲିସ ଜୋରଦାର ତଦନ୍ତ ଆରମ୍ଭ କରିଥିଲ । ମାତ୍ର ୫ ଦିନ ମଧ୍ୟରେ ଏହି ଟଙ୍କା ଫେରସ୍ତ ହୋଇପାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.