ଆନ୍ଦୋଳନ ପାଇଁ ହିନସ୍ଥା: ବାହା ହେବାକୁ ୨୮ କିଲୋମିଟର ଚାଲି ଚାଲି ଗଲେ ବର

ବାହା ହେବାକୁ ଚାଲି ଚାଲି ଗଲେ ବର। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନଖଣ୍ଡି ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବସ ଚାଲୁନଥିବାରୁ ଚାଲି ଚାଲି ଯାଇଛନ୍ତି ବରଯାତ୍ରୀ ପାର୍ଟି ।

ରାୟଗଡ଼ା (କେନ୍ୟୁଜ): ବାହା ହେବାକୁ ଚାଲି ଚାଲି ଗଲେ ବର। ଡ୍ରାଇଭର ଏକତା ମହାମଞ୍ଚ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନର ବଡ ପ୍ରଭାବ । ବାହା ହେବା ପାଇଁ ୨୮ କିଲୋମିଟର ଚାଲି ଚାଲି ଯାଇଛନ୍ତି ବର । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନଖଣ୍ଡି ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବସ ଚାଲୁନଥିବାରୁ ଚାଲି ଚାଲି ଯାଇଛନ୍ତି ବରଯାତ୍ରୀ ପାର୍ଟି । ଆନ୍ଦୋଳନ ଯୋଗୁଁ ଗାଡି ଚଳାଚଳ ଠପ୍‌ ରହିଛି। ଫଳରେ ବର କି ବରଯାତ୍ରୀ ପାଇଁ କାର୍‌ କିମ୍ବା ବସ୍‌ କଛି ମିଳିନଥିଲା। ଚାଲିଚାଲି ପାହାନ୍ତିଆରେ କନିଆ ଘରେ ପହଞ୍ଚିବା ପରେ ହାତଗଣ୍ଠି ପଡି ବାହାଘର ସରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.