ଗହଣା ଦୋକାନରେ ଜିଏସଟି ଠକେଇ, ଚଢ଼ାଉ କରି ଛାନଭିନ ଜାରି ରଖିଛି ଜିଏସଟି ବିଭାଗ

ଉଦଳା :  ଗହଣା ବ୍ୟବସାୟରେ ବଡ଼ ଧରଣର ଜିଏସଟି ଠକେଇ । ଚଢ଼ାଉ କରି ଛାନଭିନ ଜାରି ରଖିଛି ଜିଏସଟି ବିଭାଗ ।  ଉଦଳା ବଜାର ମଝିରେ ଥିବା କର୍ମକାର ଜୁଏଲାରୀ ସପରେ ବଡ଼ ଧରଣର ଜିଏସଟି ଠକେଇ ଅଭିଯୋଗ ପାଇ ଆଜି ବାରିପଦା ସିଟି ଏବଂ ଜିଏସଟି ବିଭାଗର ଏକ ୫ ଜଣିଆ ଟିମ ଦୋକାନରେ ଚଢ଼ାଉ କରିଛି ।  ଏହି ଦୋକାନରେ ଚଢ଼ାଉ ସମୟରେ ଜିଏସଟି ବିଭାଗ ଅଧିକାରୀ ଙ୍କ ସହିତ ପୋଲିସ ମଧ୍ୟ ଉପସ୍ଥିତ ରହିଛନ୍ତି ।  ଦୋକାନରେ ମହଜୁଦ ଥିବା ସୁନା ଅଳଙ୍କାରର ଯାଞ୍ଚ କରିବା ସହିତ ସୁନା କିଣା ଏବଂ ବିକ୍ରି ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ଯାଞ୍ଚ କରୁଛି ଜିଏସଟି ବିଭାଗ ।

ସମୁଦାୟ କେତେ ଟଙ୍କାର ସୁନା ଅଳଙ୍କାର ରହିଛି  ଏବଂ ସେ ବାବଦରେ କେତେ ଟିକସ ଦିଆଯାଇଛି  ତତସହିତ ବିକ୍ରି ହୋଇଥିବା ସାମଗ୍ରୀରେ ଜିଏସଟି ର ହିସାବ କରୁଛି ବିଭାଗ ।  ଏହି ଗହଣା ଦୋକାନରେ ବ୍ୟାପକ ପରିମାଣର ଜିଏସଟି ଠକେଇ ହୋଇଥିବା ଅଭିଯୋଗ ଆଧାରରେ ଚଢ଼ାଉ ହେଉଥିବା କହିଛନ୍ତି ଅଧିକାରୀ ।  ହେଲେ ପୁରା ଖାନ ତଲାସି ପରେ କେତେ ଟଙ୍କାର ଜିଏସଟି ଠକେଇ ହୋଇଛି ତାହା ସ୍ପଷ୍ଟ ହେବ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like