ରାଜ୍ୟ

ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବରଗଡ଼ (କେନ୍ୟୁଜ): ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ବରଗଡ଼ ଜିଲ୍ଲା ଭେଡେନ ଥାନା ରୁଷୁଡା ଫାଣ୍ଡି ବଇପୁର ବିଦ୍ୟୁତ ଗ୍ରୀଡ଼ ଏବଂ ଝାଇଜୋର ନିକଟରେ ଏକ ଶବ ଜଳୁଥିବାର ସମୟରେ ପୋଲିସ ଓ ସାଇଣ୍ଟିପିକ ଟିମ ସହାୟତାରେ ଉଦ୍ଧାର କରାଯାଇଥିଲା । ମାଜିଷ୍ଟ୍ରେଟ ଭେଡେନ ତହସିଲଦାର ନେପାଳ ଚନ୍ଦ୍ର ମୁଣ୍ଡା ପହଂଚିଲା ପରେ ଶବ ବ୍ୟବଚ୍ଛେଦ ପାଇଁ ବରଗଡ ପଠାଇଛି।

ସୂଚନା ଅନୁସାରେ ସ୍ଥାନୀୟ କିଛି ଲୋକ ନଦୀକୁ ଶୌଚ ପାଇଁ ଯାଉଥିବା ସମୟରେ କିଛି ଲୋକ କାରରେ ଆସି ଜଣେ ଯୁବକଙ୍କ ଶବକୁ ପେଟ୍ରୋଲ ଢ଼ାଳି ପୋଡୁଥିଲେ । ଶୌଚ ପାଇଁ ଯାଉଥିବା ଲୋକମାନଙ୍କୁ ଦେଖି ଘଟଣା ସ୍ଥଳରୁ ଆସାମୀ ଫେରାର ହୋଇଯାଇଥିଲେ। ଲୋକଙ୍କ ସୂଚନା ଅନୁସାରେ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଅର୍ଦ୍ଧଦଗ୍ଧ ଶବକୁ ଜବତ କରିବା ସହ ସେଠାରୁ ଏକ କଟୁରୀ ପଡ଼ିଥିବାରୁ ହତ୍ୟାକରି ଏଠାକୁ ଆଣି ପୋଡ଼ିଦେଇଥିବା ଚର୍ଚ୍ଚା ହେଉଛି। ପୋଲିସ କଟୁରୀକୁ ଜବତ କରି ତଦନ୍ତ ଚଳାଇଛି।

Barsha

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

13 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

14 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

18 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

41 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

48 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

55 mins ago