ଘର ଭିତରୁ ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର!

ଭଞ୍ଜନଗର(କେନ୍ୟୁଜ୍): ଘର ଭିତରୁ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କବିସୂର୍ଯ୍ୟନଗର ବଜାର ନିକଟ ହନୁମାନ ସାହିରେ ଘଟିଛି ଏହି ଘଟଣା। ଘର ଭିତରୁ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ମୃତ ମହିଳା ଜଣକ ହେଲେ , ମିତା ପଣ୍ଡା । ସେ ଗର୍ଭବତୀ ଥିବା କୁହାଯାଉଛି । ତେବେ ମୃତ ମହିଳାଙ୍କ ସ୍ବାମୀ  ସବୁବେଳେ ମଦ୍ୟପାନ କରି ମାରପିଟ୍ ସହ ଗାଳିଗୁଲଜ କରୁଥିବାରୁ ଅତିଷ୍ଠ ହୋଇ ନିଜ ଘରେ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପଟେ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି କବିସୂର୍ଯ୍ୟନଗର ଥାନା ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.