ରାଜ୍ୟ

ସୁଟିଂ ବେଳେ ଅଘଟଣ: ଷ୍ଟଣ୍ଟ ମାରିବା ବେଳେ ପ୍ରଖର ସ୍ରୋତରେ ବୁଡ଼ି ଗଲେ ଓଡ଼ିଆ ନାୟକ

କଟକ (କେନ୍ୟୁଜ): ଷ୍ଟଣ୍ଟ ସୁଟିଂ ବେଳେ ଅଘଟଣ। କାଠଯୋଡ଼ି ନଦୀରେ ଓଡ଼ିଆ ସିନେମା ସୁଟିଂ ବେଳେ ବଡ଼ ବିପଦରୁ ବର୍ତ୍ତି ଗଲେ ନାୟକ ଶ୍ରେୟାନ ଓ ନାୟିକା ଭୁମିକା। ନରାଜ ପାଖାପାଖି ଏକ ବ୍ରିଜ ଉପରେ ନଦୀକୁ ଡେଇଁବାର ଦୃଶ୍ୟର ସୁଟିଂ ଚାଲିଥିଲା। ପ୍ରଖର ସ୍ରୋତରେ ପଡି ଯାଇଥିଲେ ଶ୍ରେୟାନ। କ୍ରିଉ ମେମ୍ବର ପାଣିକୁ ଡେଇଁ ଉଭୟଙ୍କୁ ଉଦ୍ଧାର କରିଛନ୍ତି । ଗତକାଲି ଘଟିଛି ଘଟଣା।

ସୂଚନା ଅନୁସାରେ କଟକର କାଠଯୋଡ଼ି ଠାରେ ଏକ ଷ୍ଟଣ୍ଟ ସିନ ସୁଟିଂ ପାଣି ଭିତରେଚାଲିଥିଲା । ନଈରେ ପ୍ରଖର ସୁଅ ହେତୁ ଭାସି ଯାଇଥିଲେ ନାୟକ ଶ୍ରେୟାନ। ହେଲେ ସେ ସାହସର ସହିତ ପହଁରି ପହଁରି ଆସି କୂଳରେ ଲାଗିଥିଲେ। ପରେ ଅନ୍ୟ ଲୋକମାନେ ତାଙ୍କୁ ସହଯୋଗ କରି ଡାକ୍ତରଖାନା ନେଇଯାଇଥିଲେ। ସେହିପରି ନାୟିକା ଭୂମିକା ମଧ୍ୟ ଏକ ଦୁର୍ଘଟଣାର ସାମ୍ନା କରିଥିଲେ ଯେଉଁଥିରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ପୁନର୍ବାର ସୁଟିଂ ସେଟକୁ ଫେରିଛନ୍ତି ଏବଂ ପୁଣି ଆରମ୍ଭ ହୋଇଯାଇଛି ଫିଲ୍ମର ସୁଟିଂ।

Barsha

Recent Posts

ଶିଶୁ ମନ୍ଦିର ଗୁରୁଜୀରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ମୋହନ ମାଝିଙ୍କ ରାଜନୈତିକ ଜୀବନ ଯାତ୍ରା

(କେନ୍ୟୁଜ) : ଉଠିଲା ପରଦା । ହଟିଲା ସସପେନସ । ସାମ୍ନାକୁ ଆସିଲା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ।…

39 mins ago

କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ହେବେ ଓଡ଼ିଶାର ନୂଆ ଉପ-ମୁଖ୍ୟମନ୍ତ୍ରୀ

କେନ୍ୟୁଜ (ବ୍ୟୁରୋ) : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟମନ୍ତ୍ରୀଙ୍କ ନାମ…

42 mins ago

ଦେଖିପାରିଲାନି ଭାଇର ସୁନା ସଂସାର, ଦୀର୍ଘ ଦିନର ରାଗକୁ ସୁଝାଇ ଭାଇବୋହୁକୁ ମାରିଲା ଦେଢ଼ଶୁର

ବାସୁଦେବପୁର (କେନ୍ୟୁଜ) : ଭାଇ ବୋହୂକୁ ମାରିଲା ଦେଢ଼ଶୁର..ଅଛୁଆଁ ଭାଇ ବୋହୁକୁ ମାରିଦେଲା ରାକ୍ଷସ ଦେଢ଼ଶୁର…ଭୁଲିଗଲା ସମ୍ପର୍କ, ଆଉ କରିବସିଲା…

49 mins ago

ଜେଜେବାପାଙ୍କ ପାଇଁ ଡାକ୍ତର ସାଜିବି, ପାଖରେ ଟଙ୍କାଟିଏ ସମ୍ବଳ ନାହିଁ ତଥାପି ପାଇଲେ ଡାକ୍ତରୀ ପଢ଼ିବାର ସୁଯୋଗ

ବେଗୁନିଆ (କେନ୍ୟୁଜ) : ଗରିବ ଦିନ ମଜୁରିଆର ପୁଅ ଆଜି ନିଟ୍ ପରୀକ୍ଷାରେ ହୋଇଛନ୍ତି କୃତକାର୍ଯ୍ୟ । ଜେଜେବାପାଙ୍କ ଅକାଳ…

54 mins ago

ଅଧାରେ ରହିଗଲା ବାହାଘରର ଆଶା, ଝିଅକୁ ଏକା କରି ଚାଲିଗଲା ମା’

ଭୁବନେଶ୍ୱର: ବୋଉ ତୁ ଖାଇଲୁଣି, ହଁ ରେ ଖାଇ ପିଇ ଯାଉଛି କାମକୁ କାମରୁ ଆସିଲେ ଫୋନ କରିଵି ଏତିକ…

1 hour ago

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାମରେ ବାଜିଲା ମୋହର

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାମରେ ବାଜିଲା ମୋହର । ସବୁ କଳ୍ପନାଜଳ୍ପନାର…

2 hours ago