କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା, ଲିଷ୍ଟ ଆଧାରରେ ନିଯୁକ୍ତି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ (କେନ୍ୟୁଜ): କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ମେରିଟ ଲିଷ୍ଟ ଆଧାରରେ ନିଯୁକ୍ତି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।  ଓସେପା ମେରିଟ ଲିଷ୍ଟକୁ କାଏମ ରଖିଲେ ହାଇକୋର୍ଟ । ମେରିଟ ଲିଷ୍ଟ ଅନୁସାରେ ନିଯୁକ୍ତି ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।  ହାଇକୋର୍ଟରେ ଏହି ମାମଲାରେ ୨ ଜଣିଆ ଖଣ୍ଡପୀଠକୁ ନେଇ ବିଚାର ଚାଲିଥିଲା ଏବଂ ଶେଷରେ ରାୟ ସଂରକ୍ଷିତ ଥିଲା ।  ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି  ।

ସୂଚନାଯୋଗ୍ୟ, ଜିଲ୍ଲାଓ୍ୱାରୀ କନିଷ୍ଠ ଶିକ୍ଷକ ନିଯୁକ୍ତି ଅପିଲ କରି ହାଇକୋର୍ଟରେ ଏକାଧିକ ମାମଲା ହୋଇଥିଲା ।  ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ ।  କିନ୍ତୁ ଓସେପା ଦ୍ୱାରା ଜାରି ହୋଇଥିବା ମେରିଟ ଲିଷ୍ଟକୁ ଆଧାର କରି କନିଷ୍ଠ ଶିକ୍ଷକ ନିଯୁକ୍ତି ହେବ ବୋଲି ରାୟ ଦେଇଛନ୍ତି ହାଇକୋର୍ଟ ।  ଅର୍ଥାତ ଓସେପାର ମେରିଟ ଲିଷ୍ଟ ଅନୁସାରେ ଶିକ୍ଷକ ନିଯୁକ୍ତି ହେବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.