ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ହସ୍ତକ୍ଷେପ ନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ (କେନ୍ୟୁଜ): କରୋନା କଟକଣା ପାଇଁ ସରକାର ଜାରି କରିଥିବା ମୂର୍ତ୍ତିର ଉଚ୍ଚତା ଓ ପରଦା ନିୟମକୁ ବିରୋଧ କରି ଦାୟର ମାମଲାର ଶୁଣାଣିରେ ହାଇକୋର୍ଟ ଅନ୍ତ ଘଟାଇଛନ୍ତି । ଏପରି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି । ଏଥିସହିତ ମୂର୍ତ୍ତି କାରିଗର, ସାଜସଜା ଓ ଅନ୍ୟାନ୍ୟ ପାର୍ବଣ କାମ କରୁଥିବା ଶ୍ରମିକଙ୍କୁ କ୍ଷତିପୂରଣ ପ୍ରଦାନ ପ୍ରସଂଗରେ କୌଣସି ନିର୍ଦ୍ଦେଶ ଦେବାକୁ ମଧ୍ୟ ହାଇକୋର୍ଟ ମନା କରିଛନ୍ତି ।

ଏହି ପ୍ରସଙ୍ଗରେ ଆବେଦନକାରୀ ବିକଳ୍ପ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି । ପରମ୍ପରା ଅନୁସାରେ ମାଆଙ୍କ ମୂର୍ତ୍ତି ର୍ନିମାଣ କରି ପୂଜା ପାଇଁ ଅନୁମତି ଦେବାକୁ ବିଭିନ୍ନ ଶିଳ୍ପୀ ସଂଘ, ସାମାଜିକ ଅନୁଷ୍ଠାନ ଓ ପୂଜା ମଣ୍ଡପର କର୍ମକର୍ତ୍ତାଙ୍କ ପକ୍ଷରୁ ଦାୟର ଏହି ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଥିଲା । ଏହା ପରଦା ନିୟମ ମଧ୍ୟ ଗ୍ରହଣୀୟ ନୁହେଁ ବୋଲି କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.