ନଭେମ୍ବର ୧୫ରେ ହେବ ଐତିହାସିକ ବାଲିଯାତ୍ରା, ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ

କଟକ : ଐତିହାସିକ ବାଲିଯାତ୍ରା ନଭେମ୍ବର ୧୫ରେ ଆରମ୍ଭ ହେବାକୁ ଯାଉଅଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା । ଏଥର ଭିଡ଼କୁ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ପ୍ରଥମ ଥର ପାଇଁ ବାଲିଯାତ୍ରା ପଡ଼ିଆରେ ରହିବ ଗ୍ରିନ କରିଡ଼ର। ଲୋକଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।
ଗାଡି ପାର୍କିଂ ପାଇଁ ବ୍ୟବସ୍ଥା କରାଯିବ । ଏହାକୁ ବଢାଇ ଦିଆଯିବ । ଲୋକଙ୍କ ସୁରକ୍ଷା ପାଇଁ ପୋଲିସ , ସିସିଟିଭି ,୫ଟି ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି କଟକ ଜିଲ୍ଲାପାଳ ଦତ୍ତା ତ୍ରେୟ ଭାଓ ସାହେବ୍ ସିନ୍ଧେ କହିଛନ୍ତି । ଓର ମାସ୍ ଷ୍ଟଲ ସଂଖ୍ୟା ୫ଶହ କୁ ବୃଦ୍ଧି ପାଇବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।