ହକି ପାଇଁ ଦୁଲୁକିବ ବାରବାଟୀ, ଆସନ୍ତାକାଲି ହେବ ଭବ୍ୟ ଉଦ୍‌ଘାଟନ

କଟକ (କେନ୍ୟୁଜ): ମୈଦାନ ପ୍ରସ୍ତୁତ। ପହଞ୍ଚି ସାରିଛନ୍ତି ସବୁ ଦେଶର ଖେଳାଳି। ୧୩ ତାରିଖରୁ ଆରମ୍ଭ ହେବ ହକି ମହାକୁମ୍ଭ। ଆସନ୍ତା କାଲି ରହିଛି ଉଦ୍‌ଘାଟନୀ ଉତ୍ସବ। ଦୁଲୁକିବ ବାରବାଟୀ। ମଞ୍ଚରେ ଜଲଓ୍ଵା ଦେଖାଇବେ ରଣବୀର ସିଂ, ଦିଶା ପଟ୍ଟାନୀ। ଦେଖିବାକୁ ମିଳିବ ଅତ୍ୟାଧୁନିକ ଡ୍ରୋନ୍‌ ସୋ। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଷ୍ଟାଡିୟମ୍‌। ନିୟୋଜିତ ହେବେ ୫୦ ପ୍ଲାଟୁନ ଫୋର୍ସ। ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ରୂପରେଖ ପ୍ରସ୍ତୁତ ହୋଇଛି। ଦର୍ଶକଙ୍କ ଲାଗି ଆଜି ଟ୍ରାଫିକ୍‌ ମାର୍ଗଦର୍ଶିକା ଜାରି ହୋଇପାରେ।

ଭୁବନେଶ୍ୱରରୁ ଯେଉଁ ଦର୍ଶକ ବାରବାଟୀ ଯିବେ ସେମାନଙ୍କ ପାଇଁ ୫୦ଟି ମୋ ବସର ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ପାଇଁ କଟକରେ ଦେଖିବାକୁ ମିଳିବ ଡ୍ରୋନ୍‌ ସୋ। ଏକକାଳୀନ ଉଡିବ ୫ଶହ ଡ୍ରୋନ। ଯାହା ଉଦ୍‌ଘାଟନୀ ଉତ୍ସବର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବାକୁ ଯାଉଛି। ଉଦ୍‌ଘାଟନୀ ଉତ୍ସବ ଲାଗି ଷ୍ଟାଡିୟମରେ ଅପରାହ୍ନ ୨ଟାରୁ ଦର୍ଶକଙ୍କ ପ୍ରବେଶ ଆରମ୍ଭ ହେବ ଏବଂ ଅପରାହ୍ନ ୩ ଟା ୩୦ରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରାୟ ସଂଧ୍ୟା ୬ଟା ବେଳକୁ ମୁଖ୍ୟମନ୍ତ୍ରୀ ବିଶ୍ୱକପ୍‌ର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.