ରାତିରେ ଡ୍ୟୁଟିରେ ଥିବାବେଳେ ହୋମଗାର୍ଡଙ୍କୁ ଚାପିଦେଲା ଟ୍ରକ୍, ପ୍ରତିବାଦରେ ରାସ୍ତାରୋକ୍

ପାରାଦୀପ: ପାରାଦୀପ ଦୋଛକିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ହୋମଗାର୍ଡଙ୍କ ଉପରେ ମାଡିଗଲା ଟ୍ରକ୍। ରାତିରେ ଡ୍ୟୁଟିରେ ଥିବାବେଳେ ହୋମଗାର୍ଡଙ୍କୁ ଚାପିଦେଲା ଟ୍ରକ୍। ମୃତକ ରାଜନ୍ ପ୍ରଧାନ ବୋଲି ଜଣାପଡିଛି । ଏହି ଘଟଣାରେ ଦୋଛକି ନିକଟରେ ଉତ୍ତ୍ୟକ୍ତ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ପାରାଦୀପ ଡିଏସପି ।
ସୂଚନା ଅନୁସାରେ ଲକ୍ ଥାନା ହୋମଗାର୍ଡ ରାଜନ ପ୍ରଧାନ ପୋଲିସ କର୍ମଚାରୀଙ୍କ ସହିତ ଚଣ୍ଡିଖୋଲରୁ ପାରାଦୀପ ଆସୁଥିବା ଆଇରନ ଗାଡ଼ିକୁ ଧାଡ଼ିରେ ଛାଡୁଥିବା ବେଳେ ଏକ ଆଇରନ ବୋଝେଇ ଟ୍ରକ ନିୟମକୁ ଖିଲାପ କରି ଦ୍ରୁତ ଗତିରେ ଯାଉଥିଲା । ଏହି ସମୟରେ ହୋମଗାର୍ଡ ରାଜନ ଟ୍ରକକୁ ଅଟକାଇବାରୁ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିଲା । ମୃତଶରୀର ଅଠରବାଙ୍କି ମେଡ଼ିକାଲରେ ରଖାଯାଇ ବେଳେ ଲକ୍ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ଦୋଛାକି ନିକଟରେ ବାଲିଆ ଗ୍ରାମବାସୀ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଗାଡ଼ି ଛିଡା ହୋଇ ରହିଛି।