ରାଜ୍ୟରେ ଆଜି ସବୁଠୁ ଉତ୍ତପ୍ତ ସହର ହେଲା ଅନୁଗୁଳ , ମଙ୍ଗଳବାର ୩୯. ୭ ଡିଗ୍ରୀ ସେଲସିୟସ୍‌ ଛୁଇଁଛି ପାରଦ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଆଜି ସବୁଠୁ ଉତ୍ତପ୍ତ ସହର ହେଲା ଅନୁଗୁଳ । ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ, ଆଜି ଅନୁଗୁଳର ତାପମାତ୍ରା ରହିଥିଲା ୩୯ .୭ ଡିଗ୍ରୀ ସେଲସିୟସ୍ । ସେହିପରି ସୋନପୁରରେ ତାପମାତ୍ରା ୩୯.୫ ଡିଗ୍ରୀ ଥିବା ଦେଖିବାକୁ ମିଳିଛି ।

bbsr

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ବାରିପଦାର ତାପମାତ୍ରା ଆଜି ୩୯.୨ ଡିଗ୍ରୀ ଥିବାବେଳେ, ଟିଟିଲାଗଡ଼ ଓ ବୌଦ୍ଧରେ ୩୯.୦ ଡିଗ୍ରୀ ରହିଛି । କଟକରେ ୩୮. ୦ ଡିଗ୍ରୀ, ଭୁବନେଶ୍ୱରର ତାପମାତ୍ରା ୩୮.୧ ଡିଗ୍ରୀ ରହିଥିଲା । ଅନ୍ୟପଟେ ସମ୍ବଲପୁରର ତାପମାତ୍ରା ୩୮.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ସେପଟେ ତାଳଚେରର ତାପମାତ୍ରା ୩୮. ୦ ଡିଗ୍ରୀ ସେଲସିୟସ୍, ଭଦ୍ରକ ୩୮. ୨ ଡିଗ୍ରୀ, ଯାଜପୁରର ତାପମାତ୍ରା ୩୮. ୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱରରେ ୩୬.୩ ଡିଗ୍ରୀ ସେଲସିୟସ୍ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.