ଆଳୁ ଦର ବୃଦ୍ଧି ନେଇ ସରଗରମ ହୋଇପାରେ ବିଧାନସଭା ଗୃହ

୩ ଦିନ ବିରତି ପରେ ଆଜି ପୁଣି ସରଗରମ ହେବ ବିଧାନସଭା ।  ଆଜି ଗୃହରେ ଉଠିପାରେ ଆଳୁ ଦର ବୃଦ୍ଧି ପ୍ରସଙ୍ଗ ।  ଦର ବୃଦ୍ଧିକୁ ନେଇ ଗୃହ ସରଗରମ ହୋଇପାରେ ।  ବଜାରରେ ଆଳୁ ଦର କମିବାରେ ନା ଧରୁନାହିଁ ।  ଏ ପ୍ରସଙ୍ଗରେ ଆଜି ବିରୋଧୀ ସରକାରଙ୍କୁ ଘେରି ପାରନ୍ତି ।  ସେହିପରି ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ଚାଷିଙ୍କ ଅସନ୍ତୋଷ ବଢିବାରେ ଲାଗିଛି।

ତେଣୁ ଧାନ କିଣା ପ୍ରସଙ୍ଗ ମଧ୍ଯ ଗୃହକୁ ସରଗରମ କରିପାରେ ।  ରାଜ୍ଯରେ ନାବାଳିକା ଓ ମହିଳା ମାନେ ଅସୁରକ୍ଷିତ ଓ ପୂର୍ବତଟ ରେଳବାଇରୁ ୱାଲଟିଅର ଡିଭିଜିନ ଅଲଗା କରିବା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଗତ ଗୁରୁବାର ଦିନ ବିଧାନସଭାରେ ସରକାରଙ୍କୁ ଘେରିଥିଲେ ବିରୋଧୀ ।

ବିରୋଧୀଙ୍କ ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯିବ। ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପରେ ଆଲୋଚନା ହେବ। ପୂର୍ବରୁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଗୃହରେ ଅତିରିକ୍ତ ବଜେଟ ଆଗତ କରିଥଲ।