ଶିକାରୀ ହେଲା ନିଜେ ଶିକାର, ସହଯୋଗୀ ଗୁଳିରେ ସାଙ୍ଗ ହେଲା ଆହତ
ଭଞ୍ଜନଗର (କେନ୍ୟୁଜ) : ସହଯୋଗୀର ବନ୍ଧୁକରୁ ଗୁଳି ଫୁଟି ସହଯୋଗୀ ଆହତ। ବାର୍ହା ଘଉଡାଇବାକୁ ଯାଇ ଫୁଟିଲା ଗୁଳି। ଭଂଜନଗର ଥାନା ଅନ୍ତର୍ଗତ କୁଟମୀକୁମ୍ପା ଗାଁ ନିକଟରେ ଏହି ଅଘଟଣ ଘଟିଛି। ଆହତ ଜଣକ ଶିବରାମ ନାୟକ। ଜଣେ ସହଯୋଗୀଙ୍କ ସହ ରାତି ୩ଟାରେ ଧାନ କ୍ଷେତକୁ ବାର୍ହା ଘଉଡାଇବାକୁ ଯାଏ ଏଭଳି ଅଘଟଣ ଘଟିଥିବା ପରିବାରଲୋକେ କହିଛନ୍ତି।
ଗୁରୁତର ଅବସ୍ଥାରେ ଶିବରାମଙ୍କୁ ପ୍ରଥମେ ଭଂଜନଗର ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବାବେଳେ ସହଯୋଗୀ ଜଣକ ଫେରାର ଅଛି।