ସ୍ୱାମୀ ନା ପିଶାଚ ! ନବବିବାହିତା ସ୍ତ୍ରୀକୁ ବିଚ୍ ରାସ୍ତାରେ କଲା ହତ୍ୟା
ବରଗଡ଼ (କେନ୍ୟୁଜ): ବିଚ୍ ରାସ୍ତାରେ ନବବିବାହିତା ସ୍ତ୍ରୀକୁ ହତ୍ୟା । ଗୋଡାଇ ଗୋଡାଇ ମାରିଲା ସଇତାନ ସ୍ୱାମୀ । ବରଗଡ଼ ଜିଲ୍ଲା ଭେଡେନ୍ ଅଞ୍ଚଳରୁ ଏହି ଘଟଣା ସାମନାକୁ ଆସିଛି । ମୃତକ ହେଲେ ଲୁପୁରସିଙ୍ଗା ଗାଁର ନୁରାବତୀ ପେରା । ଭେଡେନ ବ୍ଲକ୍ ଲୁପୁରସିଙ୍ଗା ଛକରେ ଏହି ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀ ବେକକୁ ଗାମୁଛାରେ ଚିପି ହତ୍ୟା କରିଛି ସ୍ୱାମୀ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
କିଛିଦିନ ପୂର୍ବରୁ ଦୁହେଁ ବିବାହ କରିଥିଲେ । ତେବେ କାହିଁକି ନୁରାବତୀଙ୍କୁ ଏମିତି ରାସ୍ତାରେ ହତ୍ୟା କଲା ସ୍ୱାମୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ କରୁଛି । ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି ।