ସ୍ତ୍ରୀକୁ ହତ୍ୟା କରି ନଦୀରେ ଫିଙ୍ଗିଦେଲା ସ୍ବାମୀ, ମହିଳାଙ୍କ ମୃତଦେହ ଉଦ୍ଧାର
ଆନନ୍ଦପୁର : ପରକୀୟା ପ୍ରୀତିର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା କରି ନଦୀରେ ଫିଙ୍ଗିଦେଲା ସ୍ବାମୀ । ଆନନ୍ଦପୁର ଥାନା ବୈତରଣୀ ନଦୀ ସୁନାମୁନି ଘାଟରୁ ଅଣ୍ଟାରେ ପଥର ବନ୍ଧା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତକ ଘଷିପୁରା ଥାନା ଶୁଆପୁର ଗାଁର ।
ମହିଳାଙ୍କ ପରକୀୟା ପ୍ରିତୀକୁ ସନ୍ଦେହ କରି ସ୍ବାମୀ ବାଲକା ଟୁଡୁ ମହିଳାଙ୍କୁ ହତ୍ୟା କରି ନଦୀରେ ଫିଙ୍ଗିଦେଇଥିଲେ । ଆଜି ସକାଳେ ଗାଁଲୋକ ମୃତଦେହ ଭାସୁଥିବା ଦେଖି ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି । ସ୍ବାମୀ ବାଲକାକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ।