ବସଷ୍ଟାଣ୍ଡରେ ୪ ମାସର ଗର୍ଭବତୀ ସ୍ତ୍ରୀକୁ ଛାଡି ସ୍ୱାମୀ ଫେରାର, ମହିଳାଙ୍କୁ ଉଦ୍ଧାର କରିଛି ବୀରମହାରାଜପୁର ପୋଲିସ୍‌

ସୁବର୍ଣ୍ଣପୁର (କେନ୍ଯୁଜ୍): ବସଷ୍ଟାଣ୍ଡରେ ୪ ମାସର ଗର୍ଭବତୀ ସ୍ତ୍ରୀକୁ ଛାଡି ସ୍ୱାମୀ ଫେରାର । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସଷ୍ଟାଣ୍ଡରେ ଦୀର୍ଘ ସମୟ ଧରି ବସି ରହିବା ପରେ ଅସହାୟ ହୀନା ସିଂଙ୍କୁ ଉଦ୍ଧାର କରିଛି ପୋଲିସ୍‌ । ହୀନା ସିଂଙ୍କ ଘର ଝାରସୁଗୁଡାରେ । ଗତ କିଛିବର୍ଷ ହେଲା ହୀନା ଆନ୍ଧ୍ର ପ୍ରଦେଶର ଏକ ଚିଙ୍ଗୁଡି କମ୍ପାନୀରେ କାମ କରୁଥିଲେ । ସେଠାରେ କାମ କରୁଥିବା ସୁବର୍ଣ୍ଣପୁର ବଡଖମାର ଗାଁର ମନୋଜ ଦାସଙ୍କ ସହ ହୀନାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଦୁହେଁ ବାହା ହୋଇ ପାଖାପାଖି ବର୍ଷେ ରହିବା ପରେ ମନୋଜ ହୀନାଙ୍କ ନିକଟରୁ ୫୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ । ମନୋଜ ଆଉ ଆନ୍ଧ୍ରକୁ ନଫେରିବାରୁ ହୀନା ମନୋଜଙ୍କ ଗାଁ ବଡଖମାର ଗାଁକୁ ଆସିଥିଲେ । ନିୟମିତ ମନୋଜ ହୀନାଙ୍କୁ ମାରପିଟ କରିବା ସହିତ ଘରୁ ବାହାରି ଯିବାକୁ ଧମକ ଦେଉଥିଲେ ମନୋଜ ।

Leave A Reply

Your email address will not be published.