କଳାହାଣ୍ଡି : ରାସ୍ତା ନିର୍ମାଣ ବେଳେ ଘଟିଗଲା ଅଘଟଣ । ଅଳ୍ପକେ ବାର୍ତ୍ତିଗଲେ ଡ୍ରାଇଭର। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଆର୍ ଓ ବି ରାସ୍ତା ନିର୍ମାଣ ହେଉଥିଲା । ଏହି ନିର୍ମାଣ ସମୟରେ ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଜଳି ଯାଇଥିଲା ଏକ ହାଇୱା। ଏହି ଜଳି ଯାଇଥିବା ହାଇୱା ରାଜ ଲକ୍ଷ୍ମୀ କନ୍ ଷ୍ଟ୍ରକସନ୍ ର ବୋଲି ସୂଚନା ମିଳିଛି। ଏହି ଅଘଟଣ ଘଟିବା ସମୟରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର । ତେବେ ଏତେବଡ଼ ଅଘଟଣ ରୁ ବର୍ତ୍ତି ଥିବା ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କେସିଙ୍ଗା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି।
You might also like