ରାଜ୍ୟରେ ଆହୁରି ୪ ଦିନ ହେବ କାଳବୈଶାଖି, ଆଜି ଝଡ଼ବର୍ଷା ନେଇ ୨୧ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି । ଆଜି ଝଡ଼ବର୍ଷା ନେଇ ୨୧ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । କିଛି ସ୍ଥାନରେ କୁଆପଥର ମାଡ଼ ବି ହୋଇପାରେ । ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ବହିପାରେ ପବନ । ଆସନ୍ତାକାଲିଠୁ କାଳବୈଶାଖି ପ୍ରଭାବ କମିବ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଜାରି ରହିଛି କାଳବୈଶାଖିର ପ୍ରଭାବ । ଆହୁରି ୪ ଦିନ ପ୍ରଭାବ ଦେଖାଇବ । କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି । ଆଜି ଝଡ଼ବର୍ଷା ନେଇ ୨୧ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । କିଛି ସ୍ଥାନରେ କୁଆପଥର ମାଡ଼ ବି ହୋଇପାରେ । ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ବହିପାରେ ପବନ । ଆସନ୍ତାକାଲିଠୁ କାଳବୈଶାଖି ପ୍ରଭାବ କମିବ ।

କାଲି ପାଇଁ ୧୨ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜିଆଯାଇଛି । ୪ ତାରିଖ ଯାଏ କାଳବୈଶାଖୀ ପ୍ରଭାବରି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବ । ଦକ୍ଷିଣ ଛତିଶଗଡ଼ରୁ ବାହାରି ଆରବସାଗର ପର୍ଯ୍ୟନ୍ତ ବ୍ୟାପିଥିବା ନିମ୍ନଚାପ ରେଖା ସହ ଓଡ଼ିଶା ଓ ଉପକୂଳର ଆଖପାଖ ଅଞ୍ଚଳରେ ଏକ ଗୁରୁଚାପ ରେଖା ସକ୍ରିୟ ରହିଛି । ଫଳରେ ରାଜ୍ୟ ମଧ୍ୟକୁ ପର୍ଯ୍ୟାପ୍ତ ପରିମାଣର ଜଳୀୟ ବାଷ୍ପ ପ୍ରବେଶ କରୁଛି । ଆଗାମୀ ୪ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.