ସୁଟ୍‌କେସ୍‌ରୁ ମୃତଦେହ ମିଳିବା ଘଟଣାର ହେଲା ପର୍ଦ୍ଦାଫାସ: ସ୍ତ୍ରୀ ହିଁ ମୁଖ୍ୟ ଅଭିଯୁକ୍ତ, ୩ ଗିରଫ

ଖୋର୍ଦ୍ଧା (କେନ୍ୟୁଜ): ସୁଟକେସରୁ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ । ସ୍ତ୍ରୀ କରିଥିଲା ମର୍ଡର ପ୍ଲାନ୍‌ । ସମ୍ପର୍କୀୟ ଭାଇ ଓ ଜଣେ ସହଯୋଗୀ ସହାୟତାରେ ସ୍ୱାମୀକୁ ମାରିଛି ସ୍ତ୍ରୀ । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟ ଜଙ୍ଗଲରୁ ସୁଟକେସରୁ ମୃତହେହ ଉଦ୍ଧାର ଘଟଣାରେ ସ୍ତ୍ରୀ ସମେତ ୩ ଜଣଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ । ମୃତ ମନୋରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ଲିଲି ଦାସ ମୁଖ୍ୟ ଅଭିଯୁକ୍ତ । ତାଙ୍କ ସହ ସମ୍ପର୍କୀୟ ଭାଇ ଓ ସହଯୋଗୀଙ୍କୁ ବି ଗିରଫ କରାଯାଇଛି ।

ହତ୍ୟାର ଦିନେ ପୂର୍ବରୁ ଟାଙ୍ଗୀ ବଜାରରୁ ସୁଟକେସ୍‌ କିଣିଥିଲେ । ସୁଟକେସ୍‌ ପୋଲିସକୁ ଦେଇଥିଲା ସୁରାକ । ଯେଉଁ ଦୋକାନକୁ ସୁଟକେସ୍‌ କିଣିଥିଲେ ସେଠାକାର ସିସିଟିଭିରୁ ମିଳିଥିଲା ସୂଚନା । ସହଯୋଗୀକୁ ଚିହ୍ନଟ କରିଥିଲା ପୋଲିସ । ତାକୁ ପଚରାଉଚରା ବେଳେ ଖୋଲିଥିଲା ହତ୍ୟାକାଣ୍ଡର ଗୁମର । ମନୋରଞ୍ଜନଙ୍କୁ ହତ୍ୟା ଯୋଜନାବଦ୍ଧ ବା ପ୍ରି-ପ୍ଲାନଡ୍‌ ଥିଲା ।

ଗତକାଲି ନାଚୁଣୀ ଥାନା ହରିପୁର ଜଙ୍ଗଲରୁ ଟ୍ରଲି ବ୍ୟାଗ ଭିତରୁ ଉଦ୍ଧାର ହୋଇଥିଲା ମନୋରଞ୍ଜନଙ୍କ ମୃତଦେହ । ଏବେ ପ୍ରଶ୍ନ ଉଠୁଛି, କାହିଁକି ମନୋରଞ୍ଜନଙ୍କୁ ହତ୍ୟା କଲେ ସ୍ତ୍ରୀ ? ନିଜ ହାତରେ ପୋଛିଲେ ନିଜ ସିନ୍ଦୁର । ଏମିତି କଣ ହେଲା ଯେ ସ୍ୱାମୀଙ୍କୁ ହତ୍ୟା ପାଇଁ ପଛାଇଲାନି ସ୍ତ୍ରୀ ? ଏତେ ନିଷ୍ଠୁର ହୋଇଗଲେ କେମିତି ? ମନୋରଞ୍ଜନ ନିର୍ଯାତନା ଦେଉଥିବାରୁ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟେଇ ଦେଇଥିବା ପୋଲିସକୁ କହିଛି ସ୍ତ୍ରୀ । କେବଳ ନିର୍ଯାତନାକୁ ଜଘନ୍ୟା ହତ୍ୟା ନା ଆଉ କିଛି ରହସ୍ୟ ରହିଛି ? ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପୋଲିସ ଖୋଳତାଡ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.