ରାଜ୍ୟ

ଝିଅକୁ ଜନ୍ମକଲା ବାପା ମାରିବା ଘଟଣା: ଗାଁର ୩ ଜଣ ଅଟକ

ଗୋପ (କେନ୍ୟୁଜ): ଝିଅକୁ ନିର୍ଦ୍ଦୟ ଭାବେ ହତ୍ୟା ଘଟଣାରେ ୩ ଅଟକ। ପୁରୀ ଜିଲ୍ଲା ଗୋପ ବ୍ଳକ ବିଜିପୁର ଗାଁର ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏହି ୩ ଜଣ ଝିଅକୁ ହତ୍ୟା କରିବାରେ ସହଯୋଗ କରିଥିଲେ। ଜନ୍ମକଲା ବାପା, ସାବତ ମା ଓ ସାବତ ମାମୁଙ୍କ ସହ ମିଶି ନିଜ ଝିଅକୁ ପୋଡି ହତ୍ୟା କରିଥିଲେ। ବର୍ବର ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ମଶାଣିକୁ ଧୋଇଦେଇଥିଲେ।

ମୃତକ ବିଜିପୁର ଗାଁର ଦୁର୍ଗାଚରଣ ମହାରଣାଙ୍କ ସାନଝିଅ ମୋନାଲି ମହାରଣା। ସାନଭଉଣୀକୁ ହତ୍ୟା ନେଇ ବଡ଼ଭଉଣୀ ରଶ୍ମିତା ମହାରଣା ଗୋପ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦୁର୍ଗାଚରଣଙ୍କୁ ଗିରଫ କରିଛି। ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ସାବତ ମା ଓ ମାମୁ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି। ଗୋପ ପୋଲିସ୍‌ ମଶାଣିକୁ ଯାଇ କିଛି ପାଉଁଶ ସହ ଅସ୍ଥି ଜବତ କରିଛି। ଏହାସହ ଏକ ସାଇଣ୍ଟିଫିକ୍‌ ଟିମକୁ ଡକାଇ ତଦନ୍ତ କରୁଛି।

Barsha

Recent Posts

ଅଜଣାଗାଡ଼ି ଧକ୍କାରେ ୨ ବାଇକ ଆରୋହୀ ମୃତ, ୨ ଗୁରୁତର

କଣ୍ଟାବାଞ୍ଜି (କେନ୍ୟୁଜ): ଅଜଣା ଗାଡି ଧକ୍କାରେ ଦୁଇ ମୃତ । ବିଳମ୍ବିତ ରାତିରେ ସିନ୍ଧେକେଲା ଥାନା ଜାମଖୁଣ୍ଟା ଗାଁ ନିକଟରେ…

6 mins ago

ଭୁବନେଶ୍ବରରେ କମିଲା ପେଟ୍ରୋଲ ଦର; ଘରୁ ବାହାରିବା ପୂର୍ବରୁ ଯାଞ୍ଚ କରନ୍ତୁ ଆଜିର ମୂଲ୍ୟ…

ଭୁବନେଶ୍ୱରରେ ବଢ଼ିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୭ ପଇସା ରହିଛି ।…

26 mins ago

ରାୟଗଡ଼ାରେ ଝାଡାବାନ୍ତି ଆତଙ୍କ: ଜଣେ ମୃତ, ୪ ଗୁରୁତର

ରାୟଗଡ଼ା (କେନ୍ୟୁଜ): ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଲିଆକୁଜି ପଞ୍ଚାୟତର ଗଇଲକଣା ଗ୍ରାମରେ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଛି ।…

31 mins ago

ବିବାହ ପାଇଁ ସୁନା କିଣିବାକୁ ଯୋଜନା କରିଛନ୍ତି କି ? ପ୍ରଥମେ ଜାଣନ୍ତୁ ଦାମ

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

47 mins ago

ଅଧାରେ ଅଟକିଗଲା ମୌସୁମୀ: ଆହୁରି ୪ ଦିନ ତାତି, ଏ ବର୍ଷ ସିଝିବ ରଜ ପର୍ବ

ଭୁବନେଶ୍ୱର (କେନ୍ୟୁଜ): ସରୁନି ଗ୍ରୀଷ୍ମ ପ୍ରବାହର କଷ୍ଟ । ଆହୁରି ୪ ଦିନ ତତାଇବ । ଏମିତି ଆକଳନ କରିଛି…

50 mins ago

ଜମିଜମା ବିବାଦ: ଦେଢ଼ଶୂର ଶାବଳ ମାଡ଼ରେ ଭାଇବୋହୂର ମୃତ୍ୟୁ

ବାସୁଦେବପୁର (କେନ୍ୟୁଜ): ଦେଢ଼ଶୂର ଶାବଳ ମାଡ଼ରେ ଭାଇବୋହୂର ମୃତ୍ୟୁ । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ୭ ନମ୍ୱର…

1 hour ago