ଆଉ କିଛି ସମୟ ପରେ ଆରମ୍ଭ ହେବ ବାରବାଟୀ ମହାସମର, ଏବେଠୁ ଷ୍ଟାଡିୟମ ବାହାରେ ଦର୍ଶକଙ୍କ ଖଚାଖଚ ଭିଡ଼

କଟକ : ଆଉ ଅଢ଼େଇ ଘଣ୍ଟାର ଅପେକ୍ଷା । ଆରମ୍ଭ ହେବ ବାରବାଟୀ ମହାସମର। ସୁପର ସଣ୍ଡେରେ ହେବ ସୁପର ମୁକାବିଲା । ମୁହାଁମୁହି ହେବେ ରୋହିତ ଓ ବଟଲର ବାହିନୀ । ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ବିତୀୟ ଏକ ଦିବସୀୟ ମ୍ୟାଚ୍ । ଅପରାହ୍ନ ସାଢେ ଗୋଟାଏରୁ ମ୍ୟାଚ ଆରମ୍ଭ ହେବ । ଚମତ୍କାର ପାଗ, ଭରପୂର ମଜା ନେବାକୁ ଏବେଠୁ ଷ୍ଟାଡିୟମ ବାହାରେ ଦର୍ଶକଙ୍କ ଖଚାଖଚ ଭିଡ଼ ଲାଗିଲାଣି । ସକାଳ ୯ଟାରୁ ଏଣ୍ଟ୍ରି ଆରମ୍ଭ ହୋଇଥିଲା।
ସେପଟେ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆକୁ ଶୁଭେଛା ଜଣାଉଛନ୍ତି କ୍ରିକେଟ ଫ୍ୟାନ । ଏଣେ କିଛି ସମୟ ପରେ ହୋଟେଲ ମେ ଫେୟାରରୁ ବାରବାଟୀ ଅଭିମୁଖେ ବାହାରିବେ ଦୁଇ ଟିମ୍ ର ଖେଳାଳି । ବାରବାଟୀରେ ଭାରତର ପଲ୍ଲା ଭାରି ରହିଛି। ୫ଟି ଦିନିକିଆରେ ମୁହାଁମୁହିଁ ହୋଇଛନ୍ତି ଭାରତ – ଇଂଲଣ୍ଡ । ଭାରତ ୩ଟି ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ଦୁଇଟି ମ୍ୟାଚ୍ ଜିତିଛି। ଚଳିତ ସିରିଜରେ ନାଗପୁର ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ ରେ ଆଗୁଆ ଅଛି ଟିମ ଇଣ୍ଡିଆ ।
ଆହୁରି ପଢନ୍ତୁ : ପ୍ରସ୍ତୁତ ବାରବାଟୀ ମୈଦାନ, ଆଜି ଅପରାହ୍ନରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ ଟିମ୍