ଭଉଣୀ ଘରକୁ ଯାଇଥିବା ଭାଇର ଅମାନୁଷିକ ହତ୍ୟା, କଟାଯାଇଛି ହାତ ଓ ଗୁପ୍ତାଙ୍ଗ

ଭଞ୍ଜନଗର (କେନ୍ୟୁଜ) : କିଏ ମାରିଲା ମୋ ଭାଇକୁ। ଏମିତି ନୃସଂଷ ଭଳି ମାରିବାକୁ କାହାର ହାତ ଗଲା କେଜାଣି। ଏମିତି ରାକ୍ଷସ ଭଳି କିଏ ମାରିଦେଲା ମୋ ଭାଇକୁ। ଭାଇର କ୍ଷତ ବିକ୍ଷତ ମୃତଦେହ ପାଖରେ ବସି ଛାତି ଫଟାଇ କାନ୍ଦୁଛନ୍ତି ଭଉଣୀ। ଦଶହରା ପାଇଁ ଭଉଣୀ ଘରକୁ ଯାଇଥିବା ଭାଇକୁ ବାଟରେ କିଏ ମାରିପକାଇ ଦେଇଛି। ପୁଣି ଏମିତି ସେମିତି ନୁହେଁ ଧାରୁଆ ଅସ୍ତ୍ରରେ କଟାଯାଇଛି ହାତ ଓ ଗୁପ୍ତାଙ୍ଗ।

ଏମିତି ଛାତି ଥରା ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ରାସ୍ତାର ରଙ୍ଗଣିପାଟଣା ଗାଁ ନିକଟରେ। ଏଠାରେ ଥିବା ଏକ ସ୍କୁଲ ବାରଣ୍ଡାରେ ପଡିଛି ଯୁବକଙ୍କ କ୍ଷତବିକ୍ଷତ ମୃତଦେହ। ମୃତକ ଜଣକ ହେଉଛନ୍ତି ବୁଗୁଡ଼ାର ସନ୍ତୋଷ କୁମାର ସାହୁ ।

ଦଶହରା ପାଇଁ ଭଉଣୀ ଘରକୁ ଯାଇଥିଲେ। ତେବେ ଭଉଣୀ ଘରୁ ଫେରିବି ଥିଲେ। କିନ୍ତୁ ଦିନ ତମାମ୍‌ ତାଙ୍କ ଫୋନ୍‌ ଲାଗିନଥିଲା। ତାଙ୍କ ସହ ଯେତେ ସମ୍ପର୍କ କରିବାକୁ ଚେଷ୍ଟା କରାଯାଉଥିଲା ସନ୍ତୋଷଙ୍କ ନମ୍ବର ସୁଇଚ ଅଫ୍‌ କହୁଥିଲା। ଏପଟେ ଭାଇ ସନ୍ତୋଷଙ୍କର କୌଣସି ଖବର ନ ପାଇ ଭଉଣୀ ମାନେ ହେଉଥିଲେ ଅସ୍ତବ୍ୟସ୍ତ। କିନ୍ତୁ ହଠାତ୍‌ ଖବର ମିଳିଲା ଯେ ଭଉଣୀ ଘର ବେଲଗୁଣ୍ଠା ଥାନା ଅନ୍ତର୍ଗତ ରଙ୍ଗଣୀପାଟଣା ସ୍କୁଲ ବାରଣ୍ଡାରେ ଜଣେ ଯୁବକଙ୍କର ପଡିଛି କ୍ଷତ ବିକ୍ଷତ ମୃତଦେହ। ପୁଣି ହାତ ଏବଂ ଗୁପ୍ତାଙ୍ଗ ବି କଟାଯାଇଛି ଯୁବକଙ୍କର।

ଘଟଣା ସ୍ଥଳରେ ତାଙ୍କର ମୋବାଇଲ ଓ ପୋଷାକ ପଡିଥିବାବେଳେ ପାରିପାର୍ଶ୍ୱିକ ସ୍ଥିତି ବଖାଣୁଥିଲା ସନ୍ତୋଷଙ୍କ ମୃତ୍ୟୁ ସମୟର ଚିତ୍କାର। ସବୁ ସ୍ଥିତିକୁ ଦେଖି ଲାଗୁଥିଲା କେହି ତାଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରି ମାରି ପକାଇଛି। ସୂଚନା ଅନୁଯାୟୀ ସନ୍ତୋଷଙ୍କର ବୁଗୁଡାରେ ଏକ ଫାଷ୍ଟଫୁଡ୍‌ ଦୋକାନ ଅଛି। କିଏ , କାହିଁକି ଆଉ କେମିତି ପଶୁ ଭଳି ମାରିପାରିବ। ଏମିତି ଅମାନୁଷିକ ଭାବେ ମାରିବାକୁ କାହାର ହାତ ଗଲା କେଜାଣି। ତେବେ ଖବର ପାଇ ବେଲଗୁଣ୍ଠା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । କିନ୍ତୁ ଏହି ଭଉଣୀମାନଙ୍କ ମଥାରୁ ସବୁଦିନ ପାଇଁ ହଜିଗଲା ଭାଇର ହାତ।

Leave A Reply

Your email address will not be published.