ଭଦ୍ରକ : ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଅଭିଯୋଗ । କ୍ଷତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବନ୍ଧ ଗାଁର ପୂର୍ବତନ ସରପଞ୍ଚ ଚିତ୍ତ ରଞ୍ଜନ ରାଉତଙ୍କୁ ହତ୍ୟା କରାଯାଇଛି । ଅମ୍ୱରୋଲି ସମବାୟ ସମିତିର ସଭାପତି ଥିଲେ ବିଜେଡି ନେତା ଚିତ୍ତ ରଞ୍ଜନ ରାଉତ । ଗାଁର ଏକ ଅଷ୍ଟପ୍ରହରୀକୁ ଯାଇ ଘରକୁ ଫେରିନଥିଲେ । ସକାଳୁ ଘର ଠାରୁ କିଛି ଦୂରରେ ଥିବା ଧାନ ବିଲ ନାଳରୁ ତାଙ୍କ ରକ୍ତାକ୍ତ ମୃତଦେହ ମିଳିଛି । ମୁଣ୍ଡର ପଛ ପଟେ ଗଭୀର କ୍ଷତ ଥିବା ଦେଖାଯାଇଛି ।
ଭଦ୍ରକ ସଦର ଏସଡିପିଓ ସୌରଭ ଓତା ଓ ଭଦ୍ରକ ଗ୍ରାମାଞ୍ଚଳ ପୋଲିସର ଏକ ଟିମ ନେଇ ସେଠାରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ମୃତ ଚିତ୍ତରଞ୍ଜନଙ୍କ ମୋଟର ସାଇକେଲ ଓ ମୋବାଇଲ ଫୋନକୁ ମଧ୍ୟ ଦୁର୍ବୃତ୍ତମାନେ ନେଇ ପଳାଇ ଯାଇଛନ୍ତି । ଏହା ଏକ ସୁପରି କଳ୍ପିତ ହତ୍ୟାକାଣ୍ଡ ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଲକ ଅଧକ୍ଷା ଉର୍ମିଳା ନାୟକ ମଧ୍ୟ ସେଠାରେ ପହଞ୍ଚିଛନ୍ତି ।