ଆହତ ସାପକୁ ଉଦ୍ଧାର କରି ଚିକିତ୍ସା କରାଇଲେ ପୋଲିସ ବାବୁ

ସୁବର୍ଣ୍ଣପୁର (କେନ୍ୟୁଜ): ଏବେ ବି ବଞ୍ଚିଛି ମାନବିକତା । ଆହତ ସାପକୁ ଉଦ୍ଧାର କରି ଚିକିତ୍ସା କରାଇଛନ୍ତି ଜଣେ ପୋଲିସ ବାବୁ । ଘଟଣାଟି ହେଉଛି ସୁବର୍ଣ୍ଣପୁର ଜିଲ୍ଲାର ଶଙ୍କରା ଗାଁର ଏକ ପୋଖରୀରେ ମାଛ ଧରିବା ପାଇଁ ବିଛା ଯାଇଥିବା ଜାଲରେ ପଡିଯାଇଥିଲା ଏକ ବିରଳ ରଣା ସାପ । ଏହି ସାପଟିକୁ ଦିର୍ଘ ଏକ ଘଣ୍ଟା ପରିଶ୍ରମ କରି ଉଦ୍ଧାର କରିଥିଲେ ସୋନପୁର ଜିଲ୍ଲାରେ କାର୍ଯ୍ୟରତ ପୋଲିସ କନଷ୍ଟେବଳ ପ୍ରମୋଦ ଦାସିଆ ।

ତେବେ ସାପଟିର ଦେହରେ ଗଭୀର ଆହତ ଲାଗିଥିବାରୁ ସାପଟିକୁ ସୋନପୁର ପ୍ରାଣୀ ଚିକିତ୍ସକଙ୍କଠାରେ ଚିକିତ୍ସା କରାଯାଇଛି । ସାପଟି ଏବେ ଅସୁସ୍ଥ ଥିବାରୁ ପୋଲିସ କନଷ୍ଟେବଳ ଜଣକ ନିଜ ଘରେ ସାପଟିକୁ ରଖି ତାର ଯତ୍ନ ନେଉଛନ୍ତି । ସାପଟି ସୁସ୍ଥ ହେଲାପରେ ତାକୁ ସ୍ଥାନୀୟ ଜଙ୍ଗଲରେ ଛାଡି ଦିଆଯିବବୋଲି ସେ କହିଛନ୍ତି । ତେବେ ପୋଲିସ ବାବୁଙ୍କ ଏଭଳି କାମକୁ ଏବେ ସବୁ ମହଲରେ ପ୍ରଶଂସା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.