ଶ୍ରୀମନ୍ଦିରରେ ପହଞ୍ଚିଲା ଆଇପିଏଲ ଟ୍ରଫି, ସେବାୟତ କଲେ ପୂଜାର୍ଚ୍ଚନା

ପୁରୀ : ଶ୍ରୀମନ୍ଦିରରେ ଆଇପିଏଲ ଟ୍ରଫି । ଆସନ୍ତା ମାର୍ଚ୍ଚରୁ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଇପିଏଲ ଟ୍ରଫିକୁ ଶ୍ରୀମନ୍ଦିର ଅଣାଯାଇ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଛି । ସେବାୟତଙ୍କ ମାଧ୍ୟମରେ ପୂଜାର୍ଚ୍ଚନା କରାଯାଇଛି । ବିଭିନ୍ନ ପ୍ରସିଦ୍ଧ ମନ୍ଦିରରେ ଏହି ଟ୍ରଫିକୁ ପୂଜାର୍ଚ୍ଚନା କରାଯାଉଛି ।
ଏହି ଟ୍ରଫିକୁ ଦେଖିବା ପାଇଁ ପ୍ରବଳ ଲୋକଙ୍କ ସମାଗମ ହୋଇଥିଲା । ତେବେ ଗତବର୍ଷ କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍ ଟ୍ରଫି ହାତେଇଥିବା ବେଳେ ଚଳିତ ଆଇପିଏଲ ଟ୍ରଫି ପୁନର୍ବାର କିଭଳି ନିଜ କବଜାରେ ରଖିବ ସେନେଇ ସଦସ୍ୟ ମାନେ ଆଶାବାଦୀ ଅଛନ୍ତି । ଅନ୍ୟପଟେ ଆଇପିଏଲ୍ ଟ୍ରଫି ଦେଖି ସେବାୟତ ମାନେ ବେଶ୍ ଉତ୍ସାହିତ ହୋଇ ପଡିଛନ୍ତି ।
ଆହୁରି ପଢନ୍ତୁ : ବାରବାଟୀରେ ଆଜି ସେଲିବ୍ରିଟିଙ୍କ କ୍ରିକେଟ : ଖେଳାଯିବ ୨ଟି ମ୍ୟାଚ୍