ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ପ୍ରସଙ୍ଗ, ଆଜି କୋର୍ଟରେ ହାଜର ହେବେ ଅଭିଯୁକ୍ତ ୟୁଟ୍ୟୁବର ଅନିମେଶ୍ ଚକ୍ରବର୍ତ୍ତୀ

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ନୀଳଚକ୍ର ଉପରେ ଡ୍ରୋନ୍ ଉଡିବା ପ୍ରସଙ୍ଗ। ଗିରଫ ଅଭିଯୁକ୍ତ ୟୁଟୁବର ଅନିମେଶ୍ ଚକ୍ରବର୍ତ୍ତୀଙ୍କୁ ପୁରୀ ପୋଲିସ ଟିମ ଆଣି ପୁରୀରେ ପହଁଚିଲା । ଆଜି ପୁରୀ କୋର୍ଟରେ ହାଜର ହେବେ ଗିରଫ ୟୁଟୁବର ଅନିମେଶ୍ ଚକ୍ରବର୍ତ୍ତୀ।ତେବେ ବୁଧବାର ଦିନ କଲିକତାରୁ ଗିରଫ ହୋଇଥିଲେ ୟୁଟୁବର ଅନିମେଶ୍ ଚକ୍ରବର୍ତ୍ତୀ। ଡ୍ରୋନ୍ ଉଡାଇବା ନେଇ ଓଡିଶା ପୋଲିସକୁ ସ୍ୱତନ୍ତ୍ର ଧନ୍ୟବାଦ ଦେଇଥିଲେ ଅନିମେଶ୍।

ପରେ ଡ୍ରୋନ୍ ଉଡାଇଥିବାରୁ କ୍ଷମା ପ୍ରାର୍ଥନା କରିଥିଲେ ଅନିମେଶ୍। ଆଉ ସିଟି ଡିଏସପିଙ୍କ ରିପୋର୍ଟ ଆଧାରରେ ସିଂହଦ୍ଵାର ଥାନାରେ ମୋକଦ୍ଦମା ରୁଜ୍ଜୁ ହୋଇଥିଲା। ତେବେ ଅନିମେଶଙ୍କ ଗିରଫ ନେଇ ସାମାଜିକ ଗଣମାଧ୍ୟମରେ ଟୁଇଟ୍ କରି ସୂଚନା ଦେଇଥିଲେ ଏସପି ବିଶାଲ୍ ସିଂହ ।